ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ବହୁମୁଖୀ ସ୍ବାସ୍ଥ୍ୟ କର୍ମଚାରୀ ମହାସଂଘ ତରଫରୁ ୨୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ

ବୀରମହାରାଜପୁର୩୦/୧୧:  ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବସ୍ଥ୍ୟ ପରିଦର୍ଶିକା ମହାସଂଘ ଆସନ୍ତା ଡିସେମ୍ବର ୨୧ ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛି । ଏହି ପରିପ୍ରେକ୍ଷୀରେ ଆଜି ବୀରମହାରାଜପୁ୍ର ଉପଖଣ୍ଡରେ କାର୍ଯ୍ୟରତ ପୁରୁଷ ଓ ମହିଳା ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବସ୍ଥ୍ୟପରିଦର୍ଶିକା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ଜରିଆରେ ଏକ ୫ ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରିଛନ୍ତି । ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ସପ୍ନେଶ୍ବର ବେହେରାଙ୍କୁ ୫ ଦଫା ଦାବି ପ୍ରଦାନ କରିଛନ୍ତି । ପୁରୁଷ ଓ ମହିଳା ବହୁମୁଖି ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବସ୍ଥ୍ୟ ପରିଦର୍ଶିକା ମହାସଂଘର ୫ ଦଫା ଦାବି ଯେପରିକି କ୍ୟାଡର ପୁର୍ନଗଠନ କରି ଚାକିରି କାଳରେ ଅତିକମରେ ୪ ଟି ପଦୋନ୍ନତି ଦାବି ରହିଛି । ସ୍ବାସ୍ଥ୍ୟ ବିଭାଗ ତରଫରୁ ଗତ ୨୦୨୦ ମସିହାରେ ଜାରି ହୋଇଥିବା ବିଜ୍ଞପ୍ତି ପ୍ରତ୍ୟାହାର ସାଙ୍ଗକୁ ଅର୍ଥ ବିଭାଗ ବିଜ୍ଞପ୍ତି ଅନୁସାରେ ଗ୍ରେଡ ପେ ୪୨୦୦ , ୪୬୦୦, ଓ ୪୮୦୦ ହିସାବରେ ଆର.ଏ.ସି.ପି ପ୍ରଦାନ । ଠିକା କର୍ମଚାରୀ ଉଛେଦ ପରେ ଚାକିରି ଆରମ୍ଭ କରିଥିବା ଦିନରୁ ଚାକିରି ଗଣନା କରିବା ସହ ଇନକ୍ରିମେଣ୍ଟ ପ୍ରଦାନ । ବହୁମୁଖୀ ସ୍ବସ୍ଥ୍ୟକର୍ମୀ ଓ ସ୍ବସ୍ଥ୍ୟପରିଦର୍ଶିକା ନାମ ପରିବର୍ତ୍ତନ କରାଯାଉ । ପୋଷାକ ଭତ୍ତା ଆକାରରେ ବାର୍ଷିକ ୫୦୦୦ ଟଙ୍କା ପ୍ରଦାନ ଆଦି ଦାବି ନେଇ ଆଜି ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ଜରିଆରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପ୍ରତି ଯଦି ସରକାର କର୍ଣ୍ଣପାତ ନକରନ୍ତି ତେବେ ଆସନ୍ତା ୭ ତାରିଖରୁ କଳାବ୍ୟାଚ ପରିଧାନ କରି ନିରବ ପ୍ରତିବାଦ କରାଯିବ । ଯଦି ବିଚାର କରାନଯାଏ ତେବେ ୧୪ ତାରିଖରୁ ସମସ୍ତ କାର୍ଯ୍ୟରେ ଅସହଯୋଗ କରାଯିବ ।  ସେଥିରେ ମଧ୍ୟ ଯଦି ସରକାର ଚେୁପ ରୁହନ୍ତି ତେବେ ଆସନ୍ତା ୨୧ ତାରିଖରୁ କାର୍ଯ୍ୟବନ୍ଦ କରାଯିବ ବୋଲି ଦାବିରେ ମହାସଂଘ ତରଫରୁ ଜଣାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.