ନୂଆାଦିଲ୍ଲୀ, ୨୭/୦୯ : ଦିଗଜ ଟିଭି ଅଭିନେତ୍ରୀ ଆଶା ପାରେଖଙ୍କୁ ମିଳିବ ଦାଦା ସାହେବ ଫାଲ୍କେ ଆୱାର୍ଡ। ୨୦୨୨ରେ ଆଶା ପାରେଖଙ୍କୁ ସମ୍ମାନିତ କରାଯିବ। କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଅଭିନେତ୍ରୀଙ୍କ ଜନ୍ମଦିନର କିଛି ଦିନ ପୂର୍ବରୁ ଏନେଇ ଘୋଷଣା କରିଛନ୍ତି। ୬୦ ଏବଂ ୭୦ ଦଶକରେ ଟେଲିଭିଜନ ଦୁନିଆରେ ଆଶା ପାରେଖ ତାଙ୍କର ଅଭିନୟ କଳା ମାଧ୍ୟମରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ ସମୟରେ ଟିଭି ପରଦାରେ ରାଜ୍ କରୁଥିବା ଆଶା ପାରେଖ ସବୁଠୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଥିଲେ। ୧୯୯୨ରେ ସିନେମା ଜଗତରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ।
wp:html/wp:htmlDada Saheb Phalke Award to be conferred to actor Asha Parekh this year: Union Minister Anurag Thakur pic.twitter.com/gP488Ol4zH
— ANI (@ANI) September 27, 2022
୧୯୪୨ ମସିହା ଅକ୍ଟୋବର ୨ରେ ଗୁଜୁରାଟର ଏକ ମଧ୍ୟବିତ୍ତ ପରିବାରରେ ଆଶା ପାରେଖଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜଣେ ଶିଶୁ କଳାକାର ଭାବେ ଫିଲ୍ମ ଆସମାନରୁ ଅଭିନୟ ଆରମ୍ଭ କରିଥିଲେ। ଦିଲ୍ ଦେକେ ଦେଖୋ ତାଙ୍କର ପ୍ରଥମ ଫିଲ୍ମ ଥିଲା। ପ୍ରାୟ ୮୦ଟି ଫିଲ୍ମରେ ସେ କାମ କରିଛନ୍ତି। ଜବ୍ ପ୍ୟାର କିସି ସେ ହୋତା ହୈ, ଘରାନା, ଭରୋସା, ମେରେ ସନମ, ତିସରୀ ମଞ୍ଜିଲ୍, ଦୋ ବଦନ, ଉପକାର, ଶିକାର, ସାଜନା, ଆନ ମିଲୋ ସଜନା ପ୍ରମୁଖ ଫିଲ୍ମରେ ତାଙ୍କୁ ବହୁ ସଫଳତା ମିଳିଥିଲା। ଟିଭି ପରଦାରେ ଦର୍ଶକଙ୍କୁ ଦିୱାନୀ କରିଥିବା ଅଭିନେତ୍ରୀ ବିବାହ କରି ନାହାଁନ୍ତି। ହେଲେ ଏକ ସମୟରେ ନିର୍ଦ୍ଦେଶକ ନାସିର ହୁସୈନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଅମିର ଖାନଙ୍କ ଦାଦା ହେଉଛନ୍ତି ନାସିର ହୁସୈନ।
ଟିଭି ଧାରାବାହିକାରେ ନିର୍ଦ୍ଦେଶନା ଏବଂ ନିର୍ମାଣ କରିବା ପାଇଁ ଆଶା ୧୯୯୫ରେ ଅଭିନୟ ଜଗତରୁ ଅବସର ନେଇଥିଲେ। ପାରେଖଙ୍କୁ ୨୦୦୨ରେ ଫିଲ୍ମଫେୟାର ଲାଇଫଟାଇମ୍ ଆକଚିଭ୍ମେଣ୍ଟ ଆୱାର୍ଡ ମିଳିଥିଲା। ଏତଦ୍ ବ୍ୟତୀତ ମଧ୍ୟ ତାଙ୍କୁ ବହୁ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୦୪ରେ ତାଙ୍କୁ କଳାକାର ଆୱାର୍ଡ, ୨୦୦୬ରେ ଅନ୍ତରାଷ୍ଟ୍ରୀୟ ଭାରତୀୟ ଫିଲ୍ମ ଏକାଡେମୀ ପୁରସ୍କାର, ୨୦୦୭ରେ ପୁଣେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ସମାରୋହ ପୁରସ୍କାର, ୨୦୦୭ରେ ଲଙ୍ଗ୍ ଆଇଲ୍ୟାଣ୍ଡ, ଏଫ୍ ଆଇସିସିଆଇରୁ ଲିଭିଂ ଲିଜେଣ୍ଡ ଆୱାର୍ଡ ମଧ୍ୟ ମିଳିଥିଲା।