ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜିଲ୍ଲା ହସ୍ପିଟାଲରେ ନର୍ସଙ୍କ ଦାଦାଗିରି ; ରୋଗୀଙ୍କ ମୋବାଇଲ ଭାଙ୍ଗିଲେ, ସ୍ୱାମୀଙ୍କ ଦ୍ୱାରା ମାଡ଼ ମାରିଲେ

Published By : Gurupada Nath | October 18, 2024 5:04 PM

ମାଲକାନଗିରି, ୧୮/୧୦  :  ଜିଲ୍ଲା ହସ୍ପିଟାଲରେ ନର୍ସଙ୍କ ଦାଦାଗିରି ଦେଖିବାକୁ ମିଳିଛି । ତାଙ୍କୁ ଡାକିବାରୁ ରାଗି ଯାଇ ରୋଗୀଙ୍କ ମୋବାଇଲ ଫୋପାଡ଼ି ଭାଙ୍ଗିବା ସହିତ ନିଜ ସ୍ୱାମୀଙ୍କ ଦ୍ୱାରା ମାଡ଼ ଦେଇ ଥିବା ରୋଗୀଙ୍କ ସମ୍ପର୍କୀୟ ଗଣ ମାଧ୍ୟ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏପରି ଦବଙ୍ଗଗିରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ହସ୍ପିଟାଲରେ । 

ସୂଚନା ଅନୁସାରେ ଆଜି ସକାଳେ ମାଲକାନଗିରି ମୁନିସିପାଲିଟି କଲୋନୀର ରାଜା ବାଘ ନାମକ ଜଣେ ଯୁବକ ନିଜ ଭଉଣୀ ଅଞ୍ଜୁ ବାଘକୁ ନେଇ ଜିଲ୍ଲା ସଦର ଚିକିତ୍ସାଳୟକୁ ଚିକିତ୍ସା ଲାଗି ଯାଇଥିଲେ । ଅଞ୍ଜୁଙ୍କ ପେଟ ବଥା ହେଉଥିବାରୁ ଡାକ୍ତର ତୁରନ୍ତ ତାଙ୍କୁ ଚତୁର୍ଥ ମହଲାରେ ଥିବା ମେଡିସିନ୍ ୱାର୍ଡ଼ରେ ଆଡମିସନ ହେବା ଲାଗି ରେଫର କରିଥିଲେ । ହେଲେ ରୋଗୀଙ୍କୁ ନେଇ ସେଠାରେ ପହଞ୍ଚିଲାବେଳକୁ କୌଣସି ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ନ ଥିଲେ । ନିକଟରେ ଥିବା ଅନ୍ୟ ଏକ ରୁମରେ ଜଣେ ନର୍ସ ଆରାମରେ ବସି ମୋବାଇଲ ଦେଖିବାରେ ବ୍ୟସ୍ତ ରହିଥିବାବେଳେ ରୋଗୀଙ୍କ ସଂପର୍କୀୟ ତାଙ୍କୁ ଅନେକ ଥର ଡାକିଥିଲେ । ହେଲେ ନର୍ସ ଜଣକ ମୋବାଇଲ ଦେଖିବାରେ ଏତେ ବ୍ୟସ୍ତ ଥିଲେ ଯେ ମୋତେ ବିରକ୍ତ କାହିଁକି କରୁଛ ବୋଲି କହି ରୋଗୀଙ୍କ ସଂପର୍କୀୟ ହାତରେ ଧରିଥିବା ମୋବାଇଲ ଛଡାଇ ନେଇ କଚାଡି ଭାଙ୍ଗି ଦେଇଥିଲେ । 

କେବଳ ଏତିକି ନୁହେଁ ଘଟଣା ପରେ ନିଜ ସ୍ବାମୀଙ୍କୁ ଫୋନରେ ଡାକି ଡାକ୍ତରଖାନା ଭିତରେ ରୋଗୀଙ୍କ ସଂପର୍କୀୟଙ୍କୁ ଧକ୍କା ମରାଇଥିବାର ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଡାକ୍ତର ବ୍ରଜବନ୍ଧୁ ଦାଶଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ,  ରୋଗୀଙ୍କ ପ୍ରତି ନର୍ସଙ୍କ ଉତ୍ତମ ବ୍ୟବହାର ହେବା ଉଚିତ । ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଥିଲେ ସମ୍ପୃକ୍ତ ନର୍ସଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଡିଏମଓ ଶ୍ରୀ ଦାଶ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.