PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କୋଏମ୍ବାଟୁରରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

କୋକସରା, ୨୬/୦୩ : ଦାଦନ ଶବ୍ଦକୋଷରୁ ଯେମିତି ହଟୁନି କଳାହାଣ୍ଡି ଜିଲ୍ଲାର ନାଁ। ବିଗତ ୩ ମାସ ମଧ୍ୟରେ କୋକସରା ବ୍ଲକର ୩ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଗତକାଲି କୋଏମ୍ବାଟୁରରେ ପୁଣି ଜଣେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ରୁଦ୍ର ପ୍ରସାଦ ବେଶ୍ରାଙ୍କ ପୁଅ ମହେନ୍ଦ୍ର ବେଶ୍ରା (୨୦ ବର୍ଷ)।

ସୂଚନାନୁଯାୟୀ, ସୁଦୂର ତାମିଲନାଡୁ ରାଜ୍ୟର କୋଏମ୍ବାଟୁର କାଦୁବାଟି ପାଦିୟମ ଜଗନ୍ନାଥ ଟେକ୍ସଟାଇଲ ନିକଟରେ ଥିବା ଗଛରୁ ଜଣେ ଦାଦନ ଶ୍ରମିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତକ ଜଣଙ୍କ ହେଉଛନ୍ତି କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ମହାଜନଗୁଡା ଗାଁର ରୁଦ୍ର ପ୍ରସାଦ ବେଶ୍ରାଙ୍କ ପୁଅ ମହେନ୍ଦ୍ର ବେଶ୍ରା (୨୦ ବର୍ଷ)। ଗତ ଡିସେମ୍ବର ମାସରେ ସେ ଘରର ଆର୍ଥିକ ସ୍ଥିତି ଆଗରେ ହାର ମାନି ରୋଜଗାର ପାଇଁ ଯାଇଥିଲେ। ହେଲେ ଆଜି ସକାଳୁ ଏହି ଦୁଃଖଦ ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଅନ୍ୟପଟେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି। ତେବେ ଯୁବକଙ୍କ ମୃତଦେହ ଭିଟାମାଟିକୁ ଫେରାଇ ଆଣିବା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି।