PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଡଗରା ବେଳାଭୂମି: ମୁଖ୍ୟ ଆକର୍ଷଣ ଲାଲ କଙ୍କଡ଼ା, ଅଲିଭ୍‌ ରିଡ୍‌ଲେ କଇଁଚ୍ଛ

ଲଙ୍ଗଳେଶ୍ୱର ୨୭/୧୧(କୃପାସିନ୍ଧୁ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ଯେଉଁ କେତଟି ବେଳାଭୂମି ଅଛି, ସେଥିମଧ୍ୟମରୁ ବାଲିଆପାଳ ବ୍ଲକ ଅନ୍ତର୍ଗତ ଡଗରା ବେଳାଭୂମି ଅନ୍ୟତମ । ଏହି ବେଳାଭୂମିରେ ପ୍ରାକୃତିକ ସୌନ୍ଦର୍ଯ୍ୟ, ଲାଲ କଙ୍କଡ଼ା, ଅଲିଭ୍‌ ରିଡ୍‌ଲେ କଇଁଛ ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟେ । ଯେଉଁଥି ପାଇଁ ପ୍ରତିବର୍ଷ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି ।

ବଙ୍ଗୋପସାଗର କୂଳରେ ଅଗଭୀର ସମତଳ ଡଗରା ବେଳା ଭୂମି ଅବସ୍ଥିତ । ବେଳାଭୂମିରୁ ଦୂରକୁ ଚାହିଁଲେ ସମୁଦ୍ରର ନୀଳ ଜଳ ରାଶି ଆକାଶକୁ ଛୁଇଁଲା ଭଳି ପ୍ରତୀୟମାନ ହୁଏ । ବେଳାଭୂମିରେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଦୃଶ୍ୟ ଅତୀବ ମନୋରମ । ସବୁଠାରୁ ଅଧିକ ମନୋରମ ଲାଗେ ଏଠାକାର ନାଲି କଙ୍କଡ଼ା । ଆଖି ପାଉ ନ ଥିବା ଧଳା ବାଲୁକା ଶଯ୍ୟା । ତା’ ଉପରେ ନାଲି କଙ୍କଡ଼ା ଚଲାବୁଲା କରନ୍ତି । ଦୂରରୁ ଲାଗେ ସତେ ଯେମିତି ଧଳା ବାଲୁକା ରାଶି ଉପରେ କିଏ ଗୋଟିଏ ନାଲି ରଙ୍ଗର ଚଦର ବିଛେଇ ଦେଇଛି । ଏହି ଦୃଶ୍ୟକୁ ସ୍ୱଚକ୍ଷୁରେ ନ ଦେଖିଲେ କେହି ବିଶ୍ୱାସ କରିପାରିବନି ।

ଏହି ବେଳାଭୂମିରେ ଅଲିଭ ରିଡ୍‌ଲେ କଇଁଛ ଦେଖିବାକୁ ମିଳେ । ଏହା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ସେମାନଙ୍କ କୁନି କୁନି ଶାବକଙ୍କ କୌତୁକୀୟ ଚାଲିର ଦୃଶ୍ୟ ପର୍ଯ୍ୟଟକଙ୍କୁ କିଛି ସମୟ ପାଇଁ ମନ୍ତ୍ରମୁଗ୍ଧ କରେ । ବେଳା ଭୂମିରେ ଘଞ୍ଚ ଝାଉଁ ବଣ ଅଛି । ଏହା ବିସ୍ତୀର୍ଣ୍ଣ ବେଳା ଭୂମିର ଶୋଭା ମଣ୍ଡନ କରୁଛି । ଏହା ସହ ନାନା ଜାତିର ବିଦେଶୀ ପକ୍ଷୀଙ୍କ କୋକିଳ ମନମୁଗ୍ଧକର ପରିବେଶ ସୃଷ୍ଟି କରେ । ଏହି ସବୁ କାରଣ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଜମେ । ତେବେ ବଙ୍ଗୀୟ ପର୍ଯ୍ୟଟକଙ୍କର ଏହି ବେଳାଭୂମି ପ୍ରଥମ ପସନ୍ଦ । ପ୍ରତିବର୍ଷ ଏଠାରେ ତିନିଥର ସାମୁହିକ ମେଳା ଅନୁଷ୍ଠିତ ହୁଏ । ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ, ବେଳାଭୂମି ମହୋତ୍ସବ ବେଳେ ଏହି ବେଳାଭୂମି ଲୋକାରଣ୍ୟ ହୋଇଯାଏ । ପ୍ରକୃତିର ତାଳେ ତାଳେ ଖୋଲା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ଼ ଜମେ ।

ଏସବୁ ସତ୍ତେ୍ୱ ରାଜ୍ୟର ଅନ୍ୟ ବେଳାଭୂମି ପରି ଏହାର ବିକାଶ ହୋଇପାରନି । ଏହାର ଉନ୍ନତିକରଣ ପାଇଁ ସରକାରୀ ସ୍ତରରେ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନିଆଯାଇନି । ବେଳାଭୂମିକୁ ଆସିବା ପାଇଁ ରାସ୍ତାର ସଂପ୍ରସାରଣ, ବେଳା ଭୂମିରେ ଆଲୋକିକରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ, ବୋଟିଂ ପାଇଁ ବୋଟ୍‌, ରାତ୍ରି ରହଣି ପାଇଁ ପାନ୍ଥଶାଳାର ଆବଶ୍ୟକ ଅଛି । ପର୍ଯ୍ୟଟନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଲେ ଏହି ବେଳାଭୂମି ଆହୁରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରନ୍ତା ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର