ନୂଆଦିଲ୍ଲୀ,୪।୧୧: ଧର୍ମ ବଦଳାଉଥିବା ଦଳିତଙ୍କୁ ଲାଗିପାରେ ବଡ଼ ଝଟକା। ଏନ୍ସିଏସ୍ସି ଅର୍ଥାର ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନ୍ ଧର୍ମାନ୍ତରଣ କରି ଇସଲାମ ଓ ଇଶାଇ ଧର୍ମ ଗ୍ରହଣ କରୁଥିବା ଲୋକଙ୍କୁ ଏସ୍ସି ମାନ୍ୟତା ଦେବାକୁ ବିରୋଧ କରିବ। ଖବର ଅନୁସାରେ, କେନ୍ଦ୍ର ସରକାର ନିକଟରେ ଧର୍ମାନ୍ତରଣ କରୁଥିବା ଦଳିତଙ୍କୁ ଏସ୍ସି ବା ଅନୁସୂଚିତ ଜାତି ମାନ୍ୟତା ଦେବାର ଯାଞ୍ଚ କରୁଥିବା କମିଶନକୁ ୧ ବର୍ଷ ପାଇଁ ବଢାଇ ଦେଇଛନ୍ତି।
ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍ର ରିପୋର୍ଟ ଅନୁସାରେ, ଅଧ୍ୟକ୍ଷ କିଶୋର ମକଓ୍ବାନ କହିଛନ୍ତି, ଧାର ୩୪୧ ଅନୁସାରେ, ସମ୍ବିଧାନ(ଅନୁସୂଚିତ ଜନଜାତି) ନିର୍ଦେଶରେ ୧୯୫୦ ଅନୁସାରେ ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧଙ୍କ ବ୍ୟତୀତୀ ଅନ୍ୟ କୌଣସି ଧର୍ମକୁ ମାନ୍ୟତା ଦେଉଥିବା ବ୍ୟକ୍ତିଙ୍କୁ ଏସ୍ସି ସମ୍ପ୍ରଦାୟର ସଦସ୍ୟ ମନେ କରାଯିବନି।
ରିପୋର୍ଟ ଅନୁସାରେ, ୧୯୫୦ ରେ ରାଷ୍ଟ୍ରପତି ନିର୍ଦେଶରେ କହିଥିଲେ, ହିନ୍ଦୁ, ଶିଖ୍ ଓ ବୌଦ୍ଧ ସମ୍ପ୍ରଦାୟର ଦଳିତଙ୍କୁ ଏସ୍ଏସି ସୂଚୀର ସଦସ୍ୟ ଭାବରେ ଗ୍ରହଣ କରାଯାଇପାରେ। କେନ୍ଦ୍ର ଏବେ ଭାରତର ପୂର୍ବତନ ପ୍ରଧାନ ବିଚାରପତି କେଜି ବାଳକୃଷ୍ଣଙ୍କ ନେତୃତ୍ବାଧୀ ତଦନ୍ତ କମିଶନର ଗଠନ ଅକ୍ଟୋବର ୨୦୨୨ରେ କରାଯାଇଥିଲା। ଏକେ କେନ୍ଦ୍ର ସରକାର ତଦନ୍ତ କମିଶନକୁ ଆଉ ଏକ ବର୍ଷର ସମୟ ଦେଇଛନ୍ତି। ଫଳରେ ଯେପରି ଜାଣିବା ସମ୍ଭବ ହେବ ଧର୍ମାନ୍ତରଣ କରୁଥିବା ସବୁ ଦଳିତଙ୍କୁ ଏସ୍ସି ମାନ୍ୟତା ଦିଆଯାଇ ପାରିବ କି ନାହିଁ ?