PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ପଞ୍ଜାବୀ  ଅଭିନେତ୍ରୀ ଦଲ୍‌ଜିତ୍‌ କୌରଙ୍କ ପରଲୋକ, ୬୯ ବର୍ଷରେ ଦୁନିଆକୁ ଦେଲେ ବିଦାୟ

ଚଣ୍ଡୀଗଡ଼ ୧୮/୧୧: ବର୍ଷୀୟାନ ପଞ୍ଜାବୀ  ଅଭିନେତ୍ରୀ ଦଲ୍‌ଜିତ୍‌ କୌରଙ୍କର ଆଜି ପରଲୋକ  ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା ।  ମାନସିକ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ କୌର ଅନେକ  ଦିନ ହେଲା ଚିକିତ୍ସିତ ହେଉଥିଲେ । ଲୁଧିଆନାର କସ୍‌ବା ସୁଧାର ବଜାରସ୍ଥିତ ନିଜ ବାସଭବନରେ ସେ ଶେଷ  ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତକାଲି ଅପରାହ୍ନ ୧ଟାରେ  ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।

‘ପଟ୍‌  ଜଟ୍ଟନ୍‌ ଦେ’, କି ବାନୁ ଦୁନିଆ ଦା’, ‘ସରପଞ୍ଚ’ ଭଳି  ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ସେ ବେଶ୍‌  ପ୍ରଶଂସା ସାଉଁଟିଥିଲେ । ପଲିଉଡ୍‌ ଜଗତରେ ସେ  ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ସଡ଼କ ଦୁର୍ଘଟଣାରେ  ସ୍ୱାମୀ ହରମିନ୍ଦର ସିଂହ ଦେଓଲଙ୍କୁ ହରାଇବା ପରେ  କୌର ଅଭିନୟ ଜଗତକୁ କିଛି ଦିନ ପାଇଁ ଅଲ୍‌ବିଦା  କହିଥିଲେ । ପରେ ୨୦୦୧ରେ ପୁଣି ଫେରିବା  ପାଇଁ ନିଷ୍ପତ୍ତି ନେଇଥିଲେ । ଦଲ୍‌ଜିତ୍‌ କୌର ଜଣେ  ଜାତୀୟ ସ୍ତରର କବାଡ଼ି ଓ ହକି ଖେଳାଳି ମଧ୍ୟ ଥିଲେ ।