PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ଯସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ଦାମ ରଖିଲେ ଏମିତି ମନ୍ତବ୍ଯ

ଭୁବନେଶ୍ୱର ୨୩/୬:  ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଜବାବ ରଖିଛି ବିଜେପି । ବରିଷ୍ଠ ବିଜେପି ନେତା ଦାମ ରାଉତ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯେ ଗଣତନ୍ତ୍ରରେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଭୂମିକା ବଢୁଛି । ଅଶ୍ୱିନୀ ମୁଖ୍ୟମନ୍ତ୍ରୀଙ୍କୁ, ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷଙ୍କୁ ସହ ଭେଟିବାକୁ ନେଇ ଯିବା କଥା କହିଛନ୍ତି ଦାମ ।

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ବିଜେପି-ବିଜେଡିକୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ତାଙ୍କ ପ୍ରଶ୍ନର କଡା ଜବାବ ରଖିଛନ୍ତି ବିଜେପି ନେତା ଦାମ ରାଉତ । ସେ କହିଛନ୍ତି ଯେ  ‘ଅଶ୍ୱିନୀ ଏକ ଖଣି କମ୍ପାନୀର ଡାଇରେକ୍ଚର, ନରସିଂହ କ’ଣ ଜାଣିନାହାନ୍ତି ? ଖଣି ବେପାର କରୁଥିବା ଲୋକ କ’ଣ ରାଜନୀତି କରିପାରିବନି ?  ଗଣତନ୍ତ୍ରରେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟଙ୍କ ଭୂମିକା ବଢୁଛି।‘

ସେ ଏହା ମଧ୍ୟ କହିଛନ୍ତି ଯେ ଅଶ୍ୱିନୀ ଜଣେ ଦକ୍ଷ ପ୍ରଶାସକ । ସେ ନବୀନଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବାକୁ ଗଲେ, ତାଙ୍କୁ ସାଥିରେ ନେଇ ଯାଇଥିଲେ ଅଶ୍ବିନୀ ବୈଷ୍ଣବ । ଏଥିରୁ କଣ ଆପଣ କିଛି ବୁଝି ପାରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦାମ ।

ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ପ୍ରସଙ୍ଗରେ ବିଜେପି-ବିଜେଡିକୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ସେ ପ୍ରଶ୍ନ କରିଥିଲେ ଯେ ବିଜେଡି-ବିଜେପି ଯାହାକୁ ରାଜ୍ୟସଭା ପ୍ରାର୍ଥୀ କରିଛନ୍ତି ସେ ଖଣି ମାଲିକ କି ନୁହେଁ ? ଖଣି କାରବାରରେ ତାଙ୍କର ସମ୍ପୃକ୍ତି ଅଛି କି ନାହିଁ ବୋଲି ନରସିଂହ ପ୍ରଶ୍ନ କରିଥିଲେ । ଖଣି ଚୋରିରେ ଅଶ୍ୱିନୀଙ୍କ ସମ୍ପୃକ୍ତି ଅଛି କି ନାହିଁ ଏକଥା ବିଜେଡି ଓ ବିଜେପି ସ୍ପଷ୍ଟ କରନ୍ତୁ ବୋଲି ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ଏପରିକି ଏଭଳି ବ୍ୟକ୍ତିଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନିନ୍ଦନୀୟ ବୋଲି ସେ କହିଥିଲେ ।  ଏନେଇ ବିଜେଡି ମଧ୍ଯ ନିଜ ଜବାବ ରଖିସାରିଛି । ବିଜେଡି ବିଧାୟକ ଶଶି ଭୂଷଣ ବେହେରା ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିଜେଡି-ବିଜେପି କେବେ ମିଶି ନାହାନ୍ତି । ଯଦି ୨ ଦଳ ମିଶିଥିଲେ ତେବେ ନିର୍ବାଚନରେ ତାଙ୍କ ସହ ଲଢେଇ କେମିତି କରୁଥିଲୁ ବୋଲି ସେ ଜବାବ ରଖିଛନ୍ତି । ଖଣି ଚୋରିରେ ଅଶ୍ୱିନୀଙ୍କ ସମ୍ପୃକ୍ତି ଅଛି କି ନାହିଁ ବୋଲି ନରସିଂହଙ୍କ ପ୍ରଶ୍ନରେ ସେ ଉତ୍ତର ରଖି କହିଛନ୍ତି ଯେ ଖାଲି ଅଭିଯୋଗ କରିଦେଲେ ହେବନି । ଏଥିପାଇଁ ତଥ୍ୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର