PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଦିଲ୍ଲୀରୁ ଫେରିଲେ ଦାମ: କହିଲେ-ପାର୍ଟି ଯେଉଁଠୁ ଟିକେଟ ଦେବା ପାଇଁ ନିଷ୍ପତ୍ତି ନେବେ ସେଇଠୁ ନିର୍ବାଚନ ଲଢ଼ିବି

ଭୁବନେଶ୍ବର : ଗତକାଲି  ବିଜେପିରେ ଯୋଗଦେବା ପରେ ଆଜି ଓଡ଼ିଶା ଫେରିଛନ୍ତି ଦାମ ରାଉତ । ବିମାନବନ୍ଦରରେ ଦାମଙ୍କୁ ସ୍ୱାଗତ ଜଣାଇଛନ୍ତି ସମର୍ଥକ ଏବଂ ଏକ ବିରାଟ ଶୋଭାଯାତ୍ରାରେ ଦାମଙ୍କୁ ପାଛୋଟି ଆଣିଛନ୍ତି ବିଜେପି କର୍ମୀ । ବିଜେପିରେ ଯୋଗଦେବା ପରେ ଭୁବନେଶ୍ୱରରେ ପହଞ୍ଚିଲେ ଦାମ ରାଉତ । କାଲି ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦାମ ପଦ୍ମ ଧରିଥିଲେ। ଦାମଙ୍କ ମିଶ୍ରଣ ପର୍ବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଓଡ଼ିଶା ପ୍ରଭାରୀ ଅରୁଣ ସିଂ ଏବଂ ରାଜ୍ୟ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ସାମିଲ ଥିଲେ ।

ଦାମ  କହିଛନ୍ତି , ନବୀନଙ୍କ ଶାସନ ସମୟରେ ରାଜ୍ୟରେ ଦୁର୍ନୀତି ଓ ନାରୀ ନିର୍ଯାତନା ବଢିଛି । ଏହି ସରକାରରେ ଆଦିବାସୀ ହତାଶ ହୋଇ ବୁଲୁଛନ୍ତି । ଚାଷୀ ଆତ୍ମହତ୍ୟା ହାର ମଧ୍ୟ ବଢିଛି । ଓଡ଼ିଶାର ଜନସାଧାରଣ କୁଶାସନ, ଭ୍ରଷ୍ଟାଚାର ଦୁର୍ନୀତି ବିରୋଧରେ ନିଶ୍ଚୟ ସ୍ୱର ଉତ୍ତୋଳନ କରିବେ । ରାଜ୍ୟ ସରକାର କୋଟି କୋଟି ଟଙ୍କାର ଋଣ ଆଣି ଅୟସ ଆରାମ କରୁଛନ୍ତି । ଆଗାମୀ ନିର୍ବାଚନରେ ନବୀନ ସରକାରଙ୍କୁ ଲୋକେ ଉଚିତ ଜବାବ ଦେବେ ।

୨୦୧୯ରେ ନିଶ୍ଚୟ ଭ୍ରଷ୍ଟାଚାରୀ ସରକାର ବଦଳିବେ । ନୂଆ ଶାସନ ଆସିବ ବୋଲି  କହିଛନ୍ତି ଦାମ ରାଉତ । ତେବେ କେଉଁଠୁ ନିର୍ବାଚନ ଲଢ଼ିବେ ବୋଲି କିଛି ସ୍ପଷ୍ଟ କରିନାହାନ୍ତି ଦାମ । ପାର୍ଟି ଯେଉଁଠୁ ଟିକେଟ ଦେବାପାଇଁ ନିଷ୍ପତ୍ତି ନେବେ ସେଇଠୁ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।