ରାଜନଗର,୨୭/୧୦: ବାତ୍ୟା  ‘ଦାନା’ ପ୍ରଭାବରେ ଭିତରକନିକା  ଜାତୀୟ ଉଦ୍ୟାନ କେତେକାଂଶରେ ପ୍ରଭାବିତ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ୪ ଦିନ ହେବ  ଲାଗି ରହିଛି । ବନ ବିଭାଗ ପକ୍ଷରୁ ବାତ୍ୟା ପାଇଁ ୨୩, ୨୪ ଓ ୨୫ ତାରିଖ  ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ କରାଯାଇଥିଲା । ଏବେ ଏହା ୨୮ତାରିଖ ପର୍ଯ୍ୟନ୍ତ  ବନ୍ଦ ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।