ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୫୭ ଘଣ୍ଟାର ରେସ୍କ୍ୟୁ ଅପରେସନ ଫେଲ୍, ଜୀବନ ଯୁଦ୍ଧରେ ହାରିଗଲା ଆର୍ଯ୍ୟନ

Published By : Ankita S | December 12, 2024 8:07 AM

ଜୟପୁର,୧୨/୧୨: ସମୟ ଗଡୁଥିଲା । ଏ ପଟେ ବାପା ମାଆ ବ୍ୟସ୍ତ ଚିନ୍ତିତ । ପୁଅ ସୁରକ୍ଷିତ ବାହାରିବ ବୋଲି ଭଗବାନଙ୍କୁ ନେହାରୁ ହେଉଥିଲେ । ରେସ୍କ୍ୟୁ ଟିମ୍ ଲାଗି ପଡିଥିଲେ । ହେଲେ ଭଗବାନଙ୍କର ନିୟମ କିଛି ଅଲଗା ଥିଲା । ୫୭ ଘଣ୍ଟାର ରେସ୍କ୍ୟୁ ଅପରେସନ ଫେଲ୍ । ଜୀବନ ଯୁଦ୍ଧରେ ହାରିଗଲା ୫ ବର୍ଷୀୟ ଆର୍ଯ୍ୟନ । ରାଜସ୍ଥାନର ଦୌସାରେ ୧୫୦ ଫୁଟ ଗଭୀର ବୋରୱେଲ୍‌ରେ ଫସିଥିବା ଆର୍ଯ୍ୟନକୁ ବଞ୍ଚାଇବା ଅଭିଯାନ ବିଫଳ ହୋଇଛି ।

ଡିସେମ୍ବର ୯ ତାରିଖ ଅପରାହ୍ନ ୪ଟାରେ ୧୫୦ ଫୁଟ ଖୋଲା ବୋରୱେଲରେ ଖସି ପଡିଥିଲା ଆର୍ଯ୍ୟନ  । ୫୮ ଘଣ୍ଟା ହେବ ଆର୍ଯ୍ୟନକୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା ମାତ୍ର ଏଥିରେ ସଫଳ ହୋଇନାହିଁ ଟିମ୍ । ୩ ଦିନ ଧରି ଚାଲିଥିଲା ଉଦ୍ଧାର କାର୍ଯ୍ୟ । ୫୮ ଘଣ୍ଟା ପରେ ଜୀବନ ହାରିଛି ୫ ବର୍ଷୀୟ ଆର୍ଯ୍ୟନ ।

ବୋରୱେଲରୁ ଆର୍ଯ୍ୟନ ବାହିରିଲା ସତ ହେଲେ ସେତେବେଳକୁ ସେ ଆଖି ବୁଜି ସାରିଥିଲା । ପୁଅକୁ ହରାଇ ସ୍ତବ୍ଧ ହୋଇଛନ୍ତି ବାପାମାଆ । ଆର୍ଯ୍ୟନ ଗାଁ କାଲିଖାଡରେ ଶୋକର ଛାୟା ଖେଳି ଯାଇଛି । ଆଜି ଆର୍ଯ୍ୟନ ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ।

ବୋରୱେଲରୁ ଆର୍ଯ୍ୟନକୁ ସୁରକ୍ଷିତ ଉଦ୍ଧାର ପାଇଁ ଏସଡିଆରଏଫ ଏବଂ ଏନଡିଆରଏଫର ଟିମ୍ ସମସ୍ତ ପ୍ରଚେଷ୍ଟା କରିଥିଲେ । ଫାଇଲିଙ୍ଗ ମେସିନ ଦ୍ବାରା ବୋରୱେଲଠୁ କିଛି ଦୂରରେ ଗାତ ଖୋଳିଥିଲେ । ଏନଡିଆରଏଫର ଟିମ୍  ପିପି କିଟ୍ ପିନ୍ଧି ୧୫୦ଫୁଟ ଗଭୀର ବୋରୱେଲରେ ପ୍ରବେଶ କରିଥିଲେ । ଗାତ ଖୋଳିବା ନେଇ ଉଦ୍ଧାରକାରୀ ଦଳକୁ ଅନେକ  ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ମାତ୍ର କାର୍ଯ୍ୟ ଜାରି ରଖିଥିଲେ ହେଲେ  ଆର୍ଯ୍ୟନ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚିବା ମାତ୍ର ସବୁ କିଛି ଶେଷ ହୋଇଯାଇଥିଲା । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.