PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ରସିଦ୍‌ ଖାନ୍‌ଙ୍କ ନାମରେ ଚୋରି ଅଭିଯୋଗ ଆଣିଲେ ଡେଭିଡ ଓ୍ବାର୍ଣ୍ଣର, କହିଲେ ଏହି କଥା..

sportstime247

ନୂଆଦିଲ୍ଲୀ, ୨୭/ ୦୧: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ସୋସିଆଲ ମିଡିଆରେ ଆଫଗାନିସ୍ତାନ ଟିମର ଷ୍ଟାର ବୋଲରଙ୍କ ନାମରେ ଆଣିଛନ୍ତି ଅଭିଯୋଗ। ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ବେଳେ ଓ୍ବାର୍ଣ୍ଣର ତାଙ୍କ ସାଥୀ ଖେଳାଳିଙ୍କ ନାମରେ ଆଣିଛନ୍ତି ଅଭିଯୋଗ। ଦୁଇ ଖେଳାଳିଙ୍କ ମଧ୍ୟରେ ଜଣେ ବଲିଉଡ ହିରୋକୁ ନେଇ ଲଢ଼େଇ ଚାଲିଛି।

ଡେଭିଡ ଓ୍ବାର୍ଣ୍ଣର ଲକଡାଉନ୍‌ ସମୟରେ ଟିକଟକରେ ଏକ ଭିଡିଓ କରି ଖୁବ୍‌ ଚର୍ଚ୍ଚାରେ ଥିଲେ। ଲକଡାଉନ୍‌ ସମୟରେ ସେ ବଲିଉଡର ବହୁ ଷ୍ଟାରଙ୍କ ଡାଇଲଗ ଓ ଷ୍ଟାଇଲ ନକଲ କରି ଭିଡିଓ ପୋଷ୍ଟ କରୁଥିଲେ। ଯାହା ଖୁବ୍‌ ଭାଇରାଲ ହୋଇଥିଲା। ଓ୍ବାର୍ଣ୍ଣରଙ୍କ ବାହୁବଲୀ ଭିଡିଓଟି ଖୁବ୍‌ ଭାଇରାଲ ହେବା ସହ ତାଙ୍କ ଫ୍ୟାନ୍ସ ଏହାକୁ ବେଶ୍‌ ପସନ୍ଦ କରିଥିଲେ।

ରସିଦ୍‌ ଖାନ୍‌ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ। ରିଫେସ୍‌‌ ଆପ୍‌ ଜରିଆରେ ରସିଦ୍‌ ଖାନ୍‌ ବାହୁବଳୀ ହିରୋ ପ୍ରଭାସଙ୍କ ସ୍ଥାନରେ ନିଜ ଚେହେରା ଦେଖାଇ ଏକ ଭିଡିଓ ଶେୟାର କରିଛନ୍ତି। ଏଥିସହିତ କ୍ୟାପସନରେ ଲେଖିଛନ୍ତି ଯେ, ଫିଲ୍ମ ଏବଂ ଅଭିନେତାଙ୍କ ବିଷୟରେ କେହି ବତାଇ ପାରିବେକି। ଏଥିସହିତ ସେ ଡେଭିଡ ଓ୍ବାର୍ଣ୍ଟରଙ୍କୁ ଟ୍ୟଗ୍‌ ମଧ୍ୟ କରିଥିଲେ। ଡେଭିଡ ଓ୍ବାର୍ଣ୍ଣର ସଙ୍ଗେ ସଙ୍ଗେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ତୁମେ ତ ମୋ ପରିଚୟ ଚୋରାଇ ନେଲ ରଶିଦ୍‌ ଖାନ୍। ଯାହା ଏବେ ଭାଇରାଲ ହେବାରେ ଲାଗିଛି।