କୋକସରା,୧୮।୩ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଲଡୁଗାଁ ଦେଇ ଯାଇଥିବା ଉଠା ଜଳସେଚନ କେନାଲରୁ ବୁଧବାର ଏକ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଲଡୁଗାଁ ବନ୍ଧପଡାର ଗବର ରାଉତ (୭୬) ।
ଲଡୁଗାଁ ବନ୍ଧପଡାର ଗବର ରାଉତ (୭୬) ମଙ୍ଗଳବାର ସନ୍ଧ୍ୟାରୁ ଯାଇ ଆଉ ଘର କୁ ଫେରି ନ ଥିଲେ । ଆଜି ସକାଳୁ କେନାଲରେ ମୃତଦେହ ଭାସୁଥିବା ଦେଖିବାକୁ ପାଇ ଥିଲେ ସ୍ଥାନୀୟ ଲୋକେ। ଏ ନେଇ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କୋକସରା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଏନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରାଯିବା ନେଇ କୋକସରା ଥାନା ଏଏସ୍ଆଇ ରଶ୍ମି ରଞ୍ଜନ ବାଗ ସୂଚନା ଦେଇଛନ୍ତି |