ଖନ୍ତାପଡ଼ା,୦୧/୦୬:ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ରେଳ ଷ୍ଟେସନରେ ଏହି ଘଟଣା ସାମ୍ନାକୁ ଆସିଛି। ଯୁବକ ଜଣଙ୍କ କୌଣସି ଟ୍ରେନରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। 

ସୂଚନା ମୁତାବକ ଆଜି ସକାଳ ୭ଟା ୩୦ ମିନିଟରେ ରେଳ କର୍ମଚାରୀ ରେଳ ଧାରଣା ଚେକ କରୁଥିବା ସମୟ ରେ ଏହି ଘଟଣା ଦେଖିବାକୁ ପାଇଥିଲେ। ଯାହାପରେ ସେ ଖନ୍ତାପଡ଼ା ରେଳ ଷ୍ଟେସନକୁ ଅବଗତ କରାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଏସ ଏମ ଆର ତରନୀ ସେନ ରାଉତ ଓ  ଆର ପି ଏଫ  ପୋଲିସ ପହଞ୍ଚି ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରି ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ତେବେ ଯୁବକ ଜଣଙ୍କ ଦୁଇ ରେଳ ଧାରଣା ମଝିରେ  ପଡ଼ିଥିଲେ।  ଯୁବକ ଜଣଙ୍କ କୌଣସି ଟ୍ରେନରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି। ତେବେ ମୁଣ୍ଡରେ ଗଭୀର ଆଘାତ କାରଣ ରୁ  ଯୁବକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ରେଳବାଇ ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଖବର ଲେଖା ହେବା ବେଳକୁ ଯୁବକଙ୍କ ପରିଚୟ ମିଳି ପାରିନାହିଁ।