ପ୍ରମୂଖ ଖବର
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରେଙ୍ଗାଲୀ ଡ୍ୟାମ୍‌ରେ ଭାସୁଛି ବାଘର ମୃତଦେହ

Published By : Suraj Kumar | December 5, 2024 4:44 PM

ଦେବଗଡ,୫।୧୨ : ରେଙ୍ଗାଳୀ ଡ୍ୟାମ ଜଳ ଭଣ୍ଡାର ମଧ୍ୟରୁ କଲରାପତରିଆ ବାଘର ମୃତଦେହ ଠାବ। ଦେବଗଡ ଜିଲ୍ଲା ରିଆମାଳ ରେଞ୍ଜ ନୂଆଡିହି ସେକସନ ଅନ୍ତର୍ଗତ କଣ୍ଠିମାଳ ଗ୍ରାମ ନିକଟରେ ପାଣି ମଧ୍ୟରେ ଭାସୁଥିବା ଅବସ୍ଥାରେ କଲରାପତରିଆ ବାଘର ମୃତଦେହ ଠାବ କରାଯାଇଛି। 

ଗୁରୁବାର  ମତ୍ସ୍ୟଜୀବୀମାନେ ରେଙ୍ଗାଳୀ ନଦୀବନ୍ଧ ମଧ୍ୟରେ  ମାଛ ଧରୁଥିବା ବେଳେ ବାଘର ମୃତଦେହ ଭାସୁଥିବାର ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦେବଗଡ ଡିଏଫଓ ମଗର ଧାନଜୀ ରାଓସୋ  କର୍ମଚାରୀମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପାଣି ମଧ୍ୟରୁ ମୃତଦେହ ବାହାରକୁ ଆଣିବାକୁ ପ୍ରୟାସ ଚାଲିଛି। ମୃତଦେହ  ବ୍ୟବଛେଦ ପରେ ବାଘ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.