ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କେନାଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ : ୨ ଗିରଫ

Published By : Suraj Kumar | April 24, 2025 10:57 PM

ଦିଗପହଣ୍ଡି ,୨୪। ଶାଳୀକୁ ପ୍ରେମ କରିବା ଭିଣୋଇ ପାଇଁ ହେଲା କାଳ। ଶାଳୀର ପ୍ରେମିକ ଆଉ ତା ସାଙ୍ଗ ମିଶି ହତ୍ୟା କଲେ। ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆଘାଇ ଯିବା ରାସ୍ତା କେନାଲରୁ ମୃତଦେହ ମିଳିବା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଶେରଗଡ଼ ଥାନା ସୁନାନ୍ତରା ଗ୍ରାମର ଦୀପକ ଗୌଡ ଏବଂ ଥୁରୁବୁରେଇ ଗ୍ରାମର ପିଙ୍କୁ ସେଠୀ।

ପାଟପୁର ଥାନା ରାମଚନ୍ଦ୍ରପୁର କାଳିଆଘାଇ ଯିବା ରାସ୍ତା କେନାଲରୁ ସାନଖେମୁଣ୍ଡି ବ୍ଳକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପି.ସାମନ୍ତରାପୁର ଗ୍ରାମର ପି.ହୀନ ପାତ୍ରଙ୍କ ମୃତଦେହ ମଙ୍ଗଳବାର ସକାଳେ ପୋଲିସ ଉଦ୍ଧାର କରିଥିଲା। ଏହି ଘଟଣାର ତଦନ୍ତ କରି ବିଭିନ୍ନ ସ୍ଥାନରେ ଚଢାଉ କରି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.