PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜଙ୍ଗଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ,୨୭।୧(ଆପ୍ର) କୋଣାର୍କ ଥାନା ପଛପାଖ ମହାବୀର ମନ୍ଦିର ନିକଟ ଜଙ୍ଗଲରୁ ଶୁକ୍ରବାର କୋଣାର୍କ  ପୋଲିସ ଏକ ଝୁଲନ୍ତା ଶବ ଉଦ୍ଧାର କରିଛି । ଖବରରୁ ଜଣାଯାଇ କି,କୋଣାର୍କ ଥାନା ସିମିଳି ଗ୍ରାମପଞ୍ଚାୟତ ପାଇକରାପୁର ଗ୍ରାମର ବାନାମ୍ବର ପାତ୍ର (୬୦)ବର୍ଷ ଗତ ମଂଗଳବାର ଠାରୁ ଘରୁ ଆସି ଆଉ ଫେରି ନ ଥିଲେ । ଏ ନେଇ ପରିବାର ବର୍ଗଙ୍କ  ପକ୍ଷରୁ କୋଣାର୍କ ଥାନାରେ ବାନାମ୍ବର ପାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଆଜି ପୂର୍ବାହ୍ନ ସମୟରେ କୋଣାର୍କ ରାଣୀହାଟ ସାହିର କେତେକ ବ୍ୟକ୍ତି ଜଂଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଏକ ଗଛରେ ଜଣେ ବ୍ୟକ୍ତି ଝୁଲୁଥିବା ଦେଖି କୋଣାର୍କ ଥାନା ପୋଲିସକୁ ଖବର ଦେଇଥିଲେ । କୋଣାର୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଥିବା ବ୍ୟକ୍ତି ଗତ ମଂଗଳବାର ଠାରୁ ନିଖୋଜ ବାନାମ୍ବର ପାତ୍ରଙ୍କର ବୋଲି ଚିହ୍ନଟ କରିଥିଲେ ।  କୋଣାର୍କ ପୋଲିସ ଘଟଣା ସ୍ଥଳରୁ ଝୁଲନ୍ତା ଶବ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଏ ନେଇ କୋଣାର୍କ ଥାନା ପୋଲିସ ପକ୍ଷରୁ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।