PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଲକାତା :ପଶ୍ଚିମବଙ୍ଗ ବିଜେପି ନେତାଙ୍କ ଅଭିଯୋଗ, ରାଜ୍ୟରେ ମମତା ବାନାର୍ଜି ଓ ଶୁଭେନ୍ଦୁ ଅଧିକାରୀଙ୍କ ଭିତରେ ହୋଇଛି ଗୁପ୍ତ ବୁଝାମଣା…
  • ||
  • ନୟାଗଡ଼ : ମାର୍ବଲ ବୋଝେଇ ଟ୍ରକ୍ ପଛକୁ ପିଟିଲା ମାଣିକେଶ୍ଵରୀ ବସ୍ : ଜଣେ ମୃତ,୫ ଗୁରୁତର
  • ||
  • ଭୁବନେଶ୍ୱର: ଆଜି ପଛୁଆ ବର୍ଗର ଭାରତ ବନ୍ଦ ଡାକରା, ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ ପହଞ୍ଚିବାକୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଏବେ ଉତ୍ତର ପୂର୍ବରୁ ପବନ ବହୁଥିବାରୁ କମିବ ଶୀତ, ୩ ତାରିଖରୁ ପ୍ରବଳ ଶୀତ: ୫.୬ ଡିଗ୍ରୀରେ ଥରୁଛି ସିମିଳିଗୁଡ଼ା
  • ||

ଫ୍ଲୋରିଡାରେ ଭୟଙ୍କର ସାମୁଦ୍ରିକ ଝଡ ‘ଇୟାନ୍‌’ର ତାଣ୍ଡବ: ୧୭ ମୃତ, ଅନ୍ଧାରରେ ୨୫ ଲକ୍ଷ ଲୋକ

ଫ୍ଲୋରିଡା,୩୦।୯: ଆମେରିକାର ଫ୍ଲୋରିଡାରେ ଆସିଥିବା ଭୟଙ୍କର ସାମୁଦ୍ରି ଝଡ ‘ଇୟାନ୍’ ବ୍ୟାୟକ କ୍ଷୟ କ୍ଷତି କରିଛି। ବୁଧବାର ଦିନ ଆମେରିକାର ଫ୍ଲୋରିଡା ଉପକୂଳରେ ସାମୁଦ୍ରିକ ଝଡ଼ ‘ଇୟାନ୍’ ଯୋଗୁଁ ପ୍ରବଳ ବର୍ଷା ପବନ ହୋଇଥିଲା। ବର୍ତ୍ତମାନ ଆମେରିକାରେ ରେକର୍ଡ ହୋଇଥିବା ସବୁଠାରୁ ଶକ୍ତିଶାଳୀ ଝଡ଼ ମଧ୍ୟରୁ ଏହା ଗୋଟିଏ ବୋଲି କୁହାଯାଇଛି । ଝଡ ଯୋଗୁଁ ବିତ୍ୟୁତ ସରବରାହ ବ୍ୟାଘତ ହୋଇଛି। ପ୍ରାୟ ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ‘ଇୟାନ୍’ ପ୍ରଭାବରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି। ସେଭଳି ମୃତାହତଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି ଆଶଙ୍କା କରାଯାଉଥିଲେ। ଝଡ ଦୁର୍ବଳ ହୋଇଥିଲେ ମଧ୍ୟ ନର୍ଥ କାରୋଲିନାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ଏହି ଶକ୍ତିଶାଳୀ ଝଡ ‘ଇୟାନ୍’ ପ୍ରଭାବରେ ଫ୍ଲୋରିଡା ଓ ଦକ୍ଷିଣ-ପୂର୍ବ ଆଟଲାଣ୍ଟିକ ଉପରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରାଜ୍ୟପାଳ ରୋନ୍ ଡିସାନଟିସ୍ କହିଛନ୍ତି ଏବେ ମୃତକଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନି। ‘ଇୟାନ’ ’ପ୍ରଭାବିତ ଲୋକଙ୍କୁ ତୁରନ୍ତ ସାହାଯ୍ୟ ଏବଂ ଉଦ୍ଧାର କରିବାକୁ ନିର୍ଦେଶ ଦିଆଯାଇଛି। ପ୍ରଭାବିତଙ୍କ ନିକଟରେ ଖାଦ୍ୟ, ଭୋଜନ, ପାଣି ଓ ମେଡିକାଲ ଟିମ୍ ପଠାଇ ଦିଆଯାଇଛି। ଫୋର୍ଟ ମାୟର୍ସରେ ଝଡର ପ୍ରଭାବ ସବୁଠୁ ଅଧିକ ରହିଛି। ଏଠାରେ ଝଡ ହେବା ଯୋଗୁଁ ରାସ୍ତା ସବୁ ନଦୀ ହୋଇଯାଇଛି ଓ ଘରେ ସମୁଦ୍ର ପାଣି ପଶି ଯାଇଛି। ‘ଇୟାନ୍’ ହେଉଛି କାଟାଗୋରୀ-୪ ଝଡ, ଯେଉଁଥରେ ଘଣ୍ଟାକୁ ୨୪୧ କିଲୋମିଟର ବେଗରେ ପବନ ବୋହିଥିଲା।