PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶଗଡ ଗାଡ଼ି ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍, ସ୍ଵାମୀ-ସ୍ତ୍ରୀ ମୃତ

ଦେବଗଡ଼, ୨୪/୧୧ : ଶଗଡ ଗାଡ଼ି ଉପରେ ଓଲଟିଲା ଧାନ ବୋଝେଇ ଟ୍ରକ୍। ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥର ତିଲେଇବଣୀ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଘଟଣାସ୍ଥଳରେ ଶଗଡରେ ଯାଉଥିବା ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ଦେବଗଡ଼ ତିଲେଇବଣୀ ଗାଁ ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ ଗାଡି ଉପରେ ଧାନ ବୋଝେଇ ଟ୍ରକ୍ ଓଲଟି ପଡିଛି । ଯାହାଫଳରେ ଶଗଡ଼ରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡିଛି । ମୃତକମାନେ ହେଲେ ଶରତ ସାହୁ ଓ ତାଙ୍କ ସ୍ତ୍ରୀ । ଏହା ସହ ଗୋଟିଏ ବଳଦର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।