PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ଦେଢଶରଦେଉଳି ଯୁବତୀ ମାଡ଼ ଘଟଣା ନେଲା ନୂଆମୋଡ଼, ଭୋଗରେ ନିଶା ବଟିକା ମିଶାଇ କରାଯାଇଥିଲା ବଳାତ୍କାର !

source:player.98fm.com

ଜଗତସିଂହପୁର,୧୦ା୨(ଆପ୍ର): ଦେଢଶରଦେଉଳି ଅଞ୍ଚଳରେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ମାଡ଼ ମରାଯିବା ଘଟଣା ନୂଆ ମୋଡ଼ ନେଇଛି । ପ୍ରେମିକର ବାପା, ସାନ ଭାଇଙ୍କ ଆକ୍ରମଣରେ ଆହତ ଯୁବତୀ ଗତ ସାତ ତାରିଖରେ ଜଗତସିଂହପୁର ଥାନାରେ ବଳାତ୍କାର ଅଭିଯୋଗ ଆଣିଛନ୍ତି । ପ୍ରଥମେ ପ୍ରେମ ତା’ପରେ ଭୋଗରେ ବଟିକା ଦେଇ ପ୍ରେମିକ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି ପ୍ରେମିକା ତଥା ଆହତ ଯୁବତୀ । ଘଟଣାର ଗମ୍ଭୀରତାକୁ ଅନୁଭବ କରି ଜଗତସିଂହପୁର ପୁଲିସ ମାମଲା ରୁଜୁ କରି ଖୋଳତାଡ଼ ଚଳାଇଛି । ପୁଲିସ ସୂଚନା ମୁତାବକ, ଗତବର୍ଷ ରଜ ପର୍ବ ବେଳେ ଦେଢଶରଦେଉଳି ଅଞ୍ଚଳର ପ୍ରଦୀପ ମହାନ୍ତି ସେଇ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ପ୍ରେମ ନିବେଦନ କରିବା ଭିତରେ ପ୍ରଦୀପ ସଂପୃକ୍ତା ଯୁବତୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ପରେ ଅର୍ଥାତ ଗଣେଶ ପୂଜା ଦିନ କଥାବାର୍ତ୍ତା କରିବା ପାଇଁ ସଂପୃକ୍ତା ଯୁବତୀଙ୍କ ବାଡ଼ି ପଛପଟକୁ ପ୍ରଦୀପ ଯାଇଥିଲେ । ଉଭୟ ସେଠାରେ କଥାବାର୍ତ୍ତା କରିବା ଭିତରେ ପ୍ରଦୀପ ଗଣେଶ ପୂଜା ଭୋଗ ଖାଇବାକୁ ଦେଇଥିଲେ । ଭୋଗ ଖାଇବାର ୧୦/୧୫ ମିନିଟ୍‌ ପରେ ଯୁବତୀଙ୍କୁ ଭୀଷଣ ନିଦ ମାଡ଼ି ଆସିଥିଲା । ମୁଣ୍ଡ ମଧ୍ୟ ବୁଲାଇ ଦେଇଥିଲା । ନିଦ ଘୋଟି ଆସୁଥିବା ଏବଂ ମୁଣ୍ଡ ବୁଲାଉଥିବା କହିବା ପରେ ସଂପୃକ୍ତା ଯୁବତୀଙ୍କୁ ବାଡ଼ିପଛ ଚାଳି ଘରକୁ ବସିବା ପାଇଁ ଡାକି ନେଇଥିଲେ ପ୍ରଦୀପ । ତେବେ ବାଡ଼ି ପଛ ଚାଳି ଘରକୁ ଯିବା ପରେ ଯୁବତୀଙ୍କୁ ବଳାତ୍କାର କରିଥିଲା ପ୍ରଦୀପ । ଏହାସହ ଭୋଗରେ ବଟିକା ମିଶାଇ ଥିବା ଯୁବତୀଙ୍କୁ ଜଣାଇଥିଲା । ସେସମୟରେ ଲୋକ ଲଜ୍ଜା ଓ ଶରୀର ଅବସ୍ଥା ଭଲ ନ ଥିବାରୁ କାହାକୁ କିଛି କହିପାରି ନଥିଲେ ସଂପୃକ୍ତା ଯୁବତୀ । ଯାହା ଫଳରେ ଅଭିଯୁକ୍ତ ପ୍ରଦୀପ ବଳାତ୍କାର କରିବା ପରେ ସେଠାରୁ ପଳାଇ ଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଯୁବତୀଙ୍କ ସହ କଥାବାର୍ତ୍ତା ଜାରି ରଖିଥିଲେ ପ୍ରଦୀପ । ମାତ୍ର ଗତ ୫ ତାରିଖ ଦିନ ରାତି ୧୨ଟାରେ ହଠାତ୍‌ ଯୁବତୀଙ୍କ ଘର ପାଖରେ ଆସି ହାଜର ହୋଇଯାଇଥିଲେ ପ୍ରଦୀପ । ସେଠାରେ ପହଞ୍ଚିବା ପରେ ସେ ସଂପୃକ୍ତା ଯୁବତୀଙ୍କୁ ଡାକିଥିଲେ । ପ୍ରଦୀପଙ୍କ ଡାକ ଶୁଣିବା ପରେ ଯୁବତୀ ନିଜ ଘରୁ ପଦାକୁ ଆସିଥିଲେ । ଏହା ପରେ ବିବାହ ବିଷୟରେ କଥା ହେବା କହି ପ୍ରଦୀପ ନିଜ ଘରକୁ ଯୁବତୀଙ୍କୁ ଡାକି ନେଇଥିଲେ । ନିଜ ଘରେ ମଧ୍ୟ ଯୁବତୀଙ୍କ ଇଚ୍ଛା ବିରୋଧରେ ପ୍ରଦୀପ ଶାରୀରିକ ସଂପର୍କ ରକ୍ଷା କରି ପରେ ପଳାଇ ଯିବାକୁ କହିଥିଲେ । କିନ୍ତୁ ଏକଥା ଗ୍ରାମର ସମସ୍ତଙ୍କୁ ଜଣାଇବି ବୋଲି କହିବା ପରେ ଘଟଣାର ସମାଧାନ ହେବ ବୋଲି ପ୍ରଦୀପ ପରାମର୍ଶ ଦେବା ପରେ ଯୁବତୀ ଜଣଙ୍କ ସେଠାରେ ଗୋଟିଏ ରାତି ରହିଯାଇଥିଲେ । ତେବେ ଉକ୍ତ ରାତିରେ ମଧ୍ୟ ପୁନର୍ବାର ଯୁବତୀଙ୍କ ସହ ଦୈହିକ ସଂପର୍କ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ପ୍ରଦୀପ । କିନ୍ତୁ ଏହାର ତୀବ୍ର ବିରୋଧ କରିଥିଲେ ଯୁବତୀ । ଯାହା ଫଳରେ ପ୍ରଦୀପ ଉତ୍‌କ୍ଷିପ୍ତ ହୋଇ ଯୁବତୀଙ୍କୁ ସେଇ ଦିନ ରାତିରେ ନିଜ ଘରୁ ଧକ୍କା ମାରି ବାହାର କରି ଦେଇଥିଲେ । ଗାଳି, ଧକ୍କା ଖାଇବା ସତ୍ତେ୍ୱ ୬ ତାରିଖ ଦିନ ପ୍ରଦୀପର ଘର ଆଗରେ ଧାରଣା ଦେଇଥିଲେ ପ୍ରତାରଣାର ଶିକାର ଯୁବତୀ । ତେବେ ଏଥିରେ ଅଧିକ ଉତ୍‌କ୍ଷିପ୍ତ ହୋଇ ପ୍ରଦୀପଙ୍କ ସାନ ଭାଇ ପ୍ରତାପ ମହାନ୍ତି ସଂପୃକ୍ତା ଯୁବତୀଙ୍କ ତଳି ପେଟକୁ ଗୋଇଠା ମାରିବା ସହ ମାଡ଼ ଦେଇଥିଲେ । କେବଳ ପ୍ରତାପ ନୁହନ୍ତି ତାଙ୍କ ବାପା ଗଗନ ବିହାରୀ ମହାନ୍ତି ମଧ୍ୟ ଯୁବତୀଙ୍କୁ ବାଡ଼ିରେ ପିଟିଥିବା ଥାନାରେ ଅଭିଯୋଗ କରାଯାଇଛି । ତାଙ୍କୁ ମାରିଦେବାକୁ ଧମକ ଦିଆଯାଇଥିବା ପୁଲିସର ଦୃଷ୍ଟି ଆକର୍ଷଣ କରାଯାଇଛି । ଏସଂପର୍କରେ ଥାନାଧିକାରୀ ରଜନୀକାନ୍ତ ମିଶ୍ର କହିଥିଲେ, ମାଡ଼ଗୋଳ ଦିଆଯିବା ଖବର ପାଇ ପିସିଆର ପୁଲିସ ଯୁବତୀଙ୍କୁ ଗ୍ରାମରୁ ଉଦ୍ଧାର କରିଥିଲେ । ପରେ ଯୁବତୀଙ୍କ ପକ୍ଷରୁ ଏକ ବଳାତ୍କାର ରିପୋର୍ଟ ଦିଆଯାଇଛି, ଯାହା ଉପରେ ମାମଲା ରୁଜୁ ହୋଇଛି ।