PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଲେଡି ସିଂଘମ୍‌ ଅବତାରରେ ନଜର ଆସିବେ ଦୀପିକା, ପ୍ରଥମଥର ଅଜୟ ଦେବଗନଙ୍କ ସହ ସେୟାର କରିବେ ସ୍କ୍ରିନ୍

ନୂଆଦିଲ୍ଲୀ ୦୯/୧୨: ଅପ୍‌କମିଙ୍ଗ ଫିଲ୍ମ ‘ସିଂଘମ୍‌-୩’ରେ ଲେଡି ସିଂଘମ୍‌ ଭାବେ ପରଦାକୁ ଓହ୍ଲାଇବେ ଦୀପିକା ପାଦୁକୋନ । ‘ସିଂଘମ୍‌’ ସିରିଜ୍‌ର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ନିଜେ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ‘ଅପ୍‌କମିଙ୍ଗ ‘ସିଂଘମ୍‌’ ଫିଲ୍ମରେ ଲେଡି ସିଂଘମ୍‌ ଭାବେ ନଜର ଆସିବେ ଦୀପିକା । ‘ସିଂଘମ୍‌ ଏଗେନ୍‌’ ଫିଲ୍ମରେ ସେ ହେବେ ମୋର ଲେଡି ପୁଲିସ । ଆସନ୍ତା ବର୍ଷ ଆମେ ଏକାଠି କାମ କରିବୁ ।’

 ରଣବୀର ସିଂହ ଷ୍ଟାରର୍‌ ‘ସର୍କସ୍‌’ର ଗୀତ ‘କରେଣ୍ଟ୍‌ ଲଗା ରେ’ର ଲଞ୍ଚ୍‌ ସମୟରେ ରୋହିତ ଏହି ଖୁଲାସା କରିଛନ୍ତି । ଉକ୍ତ ଗୀତରେ ଦୀପିକା ଅତିଥି କଳାକାର ଭାବେ ନଜର ଆସିଛନ୍ତି । ରୋହିତଙ୍କ ‘ଚେନ୍ନାଈ ଏକ୍ସପ୍ରେସ୍‌’ ଫିଲ୍ମର ମୀନମ୍ମା ଚରିତ୍ରରେ ସେ ଦେଖିବାକୁ ମିଳିଛନ୍ତି । ତାଙ୍କ ଝଲକ୍‌କୁ ଦର୍ଶକ ବେଶ ଭଲପାଉଛନ୍ତି । ଦୀପିକାଙ୍କ ଏଣ୍ଟ୍ରି ପାଇଁ ଗୀତଟି ସୁପର୍‌ହିଟ୍‌ ହୋଇଥିବା ଚର୍ଚ୍ଚା ମଧ୍ୟ ହେଉଛି ।

ରିପୋର୍ଟ ଅନୁସାରେ, ‘ସିଂଘମ୍‌ ଏଗେନ୍‌’ରେ ମୁଖ୍ୟ କଳାକାର ଭାବେ ନଜର ଆସିବେ ଅଜୟ ଦେବଗନ । ଅଜୟ ଓ ଦୀପିକାଙ୍କୁ ପୁଲିସ ଭୂମିକାରେ ଏକାଠି ପରଦାରେ ଦେଖିବା ବେଶ ମଜାଦାର ହେବ । ‘ରାମ୍‌-ଲୀଲା’, ‘ବାଜିରାଓ ମସ୍ତାନୀ’ ଭଳି ଫିଲ୍ମରେ ଦମ୍‌ଦାର କେମିଷ୍ଟ୍ରି ଶେୟାର୍‌ କରିଥିବା ଦୀପିକା ଓ ରଣବୀର ‘କରେଣ୍ଟ ଲଗା ରେ’ ଗୀତ ଜରିଆରେ ପୁଣି ଥରେ ପରଦାରେ ଦମ୍‌ ଦେଖାଇଛନ୍ତି । ଏ ବିଷୟରେ ରଣବୀର କହିଛନ୍ତି ‘ମୁଁ ଯେତେବେଳେ ଦୀପିକାଙ୍କ ସହ ସେଟ୍‌କୁ ଆସେ, ତାହା ବେଶ ମଜାଦାର ମୁହୂର୍ତ୍ତ ହୋଇଥାଏ । ଜଣେ ବିଶ୍ୱାସଯୋଗ୍ୟ ସହ-କଳାକାରଙ୍କ ସହିତ ସେ ମୁହୂର୍ତ୍ତକୁ ଉପଭୋଗ କରିହୁଏ ।’