ରେଡ୍ କାର୍ପେଟ୍ରେ ଦୀପିକାଙ୍କା କିଲର୍ ପୋଜ୍, ତୃତୀୟ ଦିନରେ ସମସ୍ତ ହସିନାଙ୍କୁ ପକାଇଲେ ପଛରେ

ନୂଆଦିଲ୍ଲୀ ୨୦/୦୫: କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ ର ତୃତୀୟ ଦିନରେ ଦୀପିକା ପାଦୁକୋନ୍ ତାଙ୍କ କିଲର୍ ଲୁକ୍ରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କାନ୍ସରେ, ଦୀପିକାଙ୍କୁ ପ୍ରତ୍ୟେକ ଦିନ ନୂଆ ଲୁକରେ ଦେଖିବାକୁ ମିଳୁଛି। କାନ୍ର ତୃତୀୟ ଦିନରେ ସେ ଏକ ଲାଲ୍ ଗାଉନରେ ରେଡ୍ କାର୍ପେଟ୍ରେ ଚାଲୁଥିବାର ନଜର ଆସିଛନ୍ତି। ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।
ରେଡ୍ ଗାଉନରେ ଦୀପିକା ବହୁତ କ୍ଲାସୀ ଦେଖାଯାଉଛନ୍ତି। ତାଙ୍କର ଏହି ଅନ୍ଦାଜ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି। ଗତ ରାତିରୁ ଅଭିନେତ୍ରୀଙ୍କ ନୂଆ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଫ୍ୟାନ୍ସ କମେଣ୍ଟ ଦେଇ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ଜଣେ ୟୁଜର୍ କମେଣ୍ଟ ଦେଇ ଲେଖିଛନ୍ତି, ‘ଦୀପିକାଙ୍କ ସାମ୍ନାରେ ସମସ୍ତେ ଫିକା ଲାଗୁଛନ୍ତି।’ ଅନ୍ୟ ଜଣେ ୟୁଜର୍ ଲେଖିଛନ୍ତି, ‘ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀ …।’