PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ରିଆଲିଟିରୁ ଫିକ୍ସନ୍‌ ଦୁନିଆକୁ ଫେରିଲେ ଦୀପିକା

source:www.bollywoodhungama.com

ରିଆଲିଟିରୁ ଫିକ୍ସନ୍‌ ଦୁନିଆକୁ ଫେରିଛନ୍ତି ‘ବିଗ୍‌ ବସ୍‌’ ସିଜନ୍‌-୧୨ ୱିନର୍‌ ଦୀପିକା କକର୍‌ ଇବ୍ରାହିମ୍‌ । ସନ୍ଦୀପ ସିକଂଦଙ୍କ କାହାଣୀରେ ତାଙ୍କୁ ଦେଖିବାକୁ ପାଇବେ ଟେଲି ଦର୍ଶକ । ଏହି ସିରିଏଲ୍‌ ମାଧ୍ୟମରେ ‘ସସୁରାଲ୍‌ ସିମର୍‌ କା’ ଫେମ୍‌ ଦୀପିକା ଏକ ଅଣପାରମ୍ପରିକ ପ୍ରେମ କାହାଣୀର ନାୟିକା ହେବେ । ତାଙ୍କ ଅପୋଜିଟ୍‌ରେ ମୁଖ୍ୟ ଭୂମିକା ନିର୍ବାହ କରିବେ କରଣ ଭି ଗ୍ରୋବର୍‌ । ଦୀପିକା ବିଗ୍‌ ବସ୍‌ ହାଉସ୍‌ ଯିବା ପୂର୍ବରୁ ସନ୍ଦୀପ ସିରିଏଲ୍‌ ଅଫର୍‌ ଦେଇଥିଲେ । କିନ୍ତୁ ଶୋ’ପାଇଁ ସେ ହଁ ଭରି ପାରିନଥିଲେ । ତେବେ ଫେରିବା ପରେ ଦୀପିକା ଦ୍ୱନ୍ଦ୍ୱରେ ପ୍ରଯୋଜକଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ଭାବିଥିଲେ ତାଙ୍କ ସ୍ଥାନ ଖାଲିନଥିବ । ଭାଗ୍ୟବଶତଃ ସେମିତି କିଛି ହୋଇନଥିଲା । ଦୀପିକା ହିଁ ସିରିଏଲ୍‌ ପାଇଁ ପରଫେକ୍ଟ ଏବଂ ତାଙ୍କୁ ଅପେକ୍ଷା କରାଯାଇଥିଲା ବୋଲି ଶୁଣିବା ପରେ ଖୁସିରେ ଦୀପିକାଙ୍କ ଗୋଡ଼ ତଳେ ଲାଗିନଥିଲା । ତେବେ ସିରିଏଲ୍‌ ନିର୍ମାତା କିମ୍ବା ଦୀପିକା ଏ ବିଷୟରେ ଅଧିକ ସୂଚନା ଦେଇନାହାନ୍ତି । ତେବେ ଏତିକି ଜାଣିରଖନ୍ତୁ, ପାରମ୍ପରିକ ବୋହୂଠୁ ଅଲଗା ଲୁକ୍‌ରେ ଛୋଟ ପରଦାକୁ ଓହ୍ଲାଇବେ ସିମର୍‌ । ପ୍ରେମକୁ ଦ୍ୱିତୀୟ ସୁଯୋଗ ଦେବାକୁ ଚାହୁଁଥିବା ଦୁଇଜଣଙ୍କ ପ୍ରେମ କାହାଣୀ ଉପରେ ଏହା ଆଧାରିତ । ବିଗ୍‌ ବସ୍‌ରେ ନିଜ ବ୍ୟବହାରରେ ସମସ୍ତଙ୍କ ମନ ଜିଣିବା ପରେ ପୁଣି ଥରେ ଟେଲିଭିଜନ୍‌କୁ ଫେରି ବହୁତ ଖୁସି ଅଛନ୍ତି ଦୀପିକା ।