ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

Operation Sindoor; ଆହୁରି ଶକ୍ତିଶାଳୀ ହେବ ସେନା, ପ୍ରତିରକ୍ଷା ବଜେଟ୍‌ରେ ହୋଇପାରେ ଅତିରିକ୍ତ ବ୍ୟୟବରାଦ

Published By : Ankita S | May 16, 2025 11:35 AM

ନୂଆଦିଲ୍ଲୀ,୧୬/୦୫: ଆତଙ୍କବାଦ ବିରୋଧରେ ଅପରେସନ୍ 'ସିନ୍ଦୂର' ଏବେ ବି ଜାରି ଥିବା ଭାରତ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ଦରକାର ପଡିଲେ ଏହି ଅପରେସନ୍ ଜରିଆରେ ଆତଙ୍କୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରେସନ୍ ସିନ୍ଦୂରର ସଫଳତା ପରେ ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । କାରଣ ପ୍ରତିରକ୍ଷା ବଜେଟ୍ ୫୦ ହଜାର କୋଟି ବୃଦ୍ଧି କରାଯିବା ନେଇ ବିଶେଷ ସୁତ୍ରରୁ ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମରେ ଏ ନେଇ ଖବର ପ୍ରକାଶ ପାଇଛି । ପୂର୍ବ ବଜେଟରେ ୬ ଲକ୍ଷ ୮୧ ହଜାର କୋଟି ବ୍ୟୟବରାଦ ଥିଲା । ସ୍ୱତନ୍ତ୍ର ସହାୟତା ମିଶିଲେ ପ୍ରତିରକ୍ଷା ବଜେଟ୍ ୭ ଲକ୍ଷ ଟପିବ ।

ଅପରେସନ୍ ସନ୍ଦୂର ପାଇଁ ସରକାର ପ୍ରତିରକ୍ଷା ବଜେଟ୍‌କୁ ଆହୁରି ବଢାଇବାକୁ ବିଚାର କରୁଛନ୍ତି । କୁହାଯାଉଛି କି ଖୁବଶୀଘ୍ର ପ୍ରତିରକ୍ଷା ବଜେଟ୍‌ରେ ଅତିରିକ୍ତ ବ୍ୟୟବରାଦ କରାଯିବ । ଏହି ଅତିରିକ୍ତ ଆବଣ୍ଟନ ସେନାଙ୍କ ଆବଶ୍ୟକତା, ଜରୁରୀ ସାମଗ୍ରୀ କିଣିବା ଏବଂ ରିସର୍ଚ ଉନ୍ନତୀକରଣ ପାଇଁ କରାଯାଇପାରେ । ଅତିରିକ୍ତ ଆବଣ୍ଟନକୁ ନୂଆ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ କିଣିବାରେ ଖର୍ଚ୍ଚ କରାଯିବ ।

ମିଳିଥିବା ସୁତ୍ର ଅନୁସାରେ ପ୍ରତିରକ୍ଷା ବଜେଟ ୫୦ ହଜାର କୋଟି ଅତିରିକ୍ତ ପ୍ରାବଧାନ ନେଇ ପ୍ରସ୍ତାବ ଦିଆଯାଇଛି । ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବ୍ୟୟବରାଦକୁ ମଞ୍ଜୁରୀ ମିଳିପାରେ । ଚଳିତ ବର୍ଷ ପ୍ରତିରକ୍ଷା ବଜେଟ ରେକର୍ଡ ୬.୮୧ ଲକ୍ଷ କୋଟି ଥିଲା । ଯାହା ଗତ ୧୦ ବର୍ଷରେ ରେକର୍ଡ ବଜେଟ ଥିଲା । ଯାହା ମୋଟ୍ ବଜେଟର ୧୩.୪୫ ପ୍ରତିଶତ ଥିଲା । ସବୁ ମନ୍ତ୍ରଣାଳୟ ତୁଳନାରେ ଏହା ସର୍ବାଧିକ ଥିଲା ।

କେବେ କେତେ ଥିଲା ପ୍ରତିରକ୍ଷା ବଜେଟ୍

ବର୍ଷ                  ବଜେଟ୍

୨୦୧୪-୧୫    ୨,୨୯,୦୦୦ ଟଙ୍କା

୨୦୧୫-୧୬    ୨,୪୬,୭୨୭ଟଙ୍କା

୨୦୧୬-୧୭    ୩,୪୦,୯୨୧ ଟଙ୍କା

୨୦୧୭-୧୮   ୩, ୫୯, ୮୫୪ ଟଙ୍କା

୨୦୧୮-୧୯   ୪, ୦୪, ୩୬୫ ଟଙ୍କା

୨୦୧୯-୨୦  ୪, ୩୧,୦୧୧ ଟଙ୍କା

୨୦୨୦-୨୧  ୪,୭୧,୩୭୮ ଟଙ୍କା

୨୦୨୧-୨୨  ୪,୭୮,୧୯୬ ଟଙ୍କା

୨୦୨୨-୨୩  ୫,୨୫,୧୬୬ ଟଙ୍କା

୨୦୨୩-୨୪  ୫,୯୩,୫୩୮ ଟଙ୍କା

୨୦୨୪-୨୫  ୬,୨୧,୯୪୧ ଟଙ୍କା

୨୦୨୫-୨୬  ୬,୮୧,୨୧୦ ଟଙ୍କା


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.