ନୂଆଦିଲ୍ଲୀ,୩।୩: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା। ଶତ୍ରୁଙ୍କୁ ଦେବ କଡ଼ା ଜବାବ। ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରଣାଳୟ ୫୦୮୩ କୋଟି ଟଙ୍କାର ଦୁଇଟି ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହି କନଟ୍ରାକ୍ଟ ଅନୁସାରେ, ତଟରକ୍ଷୀ ବାହିନୀକୁ ୬ ଆଡଭାନ୍ସ ଲାଇଟ୍ ହେଲିକପ୍ଟର(ALH) Mk-III(ମ୍ୟାରିଟାଇମ୍ ରୋଲ) ଓ ଭାରତୀୟ ନୌସେନାକୁଭୂପୃଷ୍ଠରୁ ଆକାଶକୁଟାର୍ଗେଟ କରିପାରୁଥିବା ‘ଶିଟିଲ’ କ୍ଷେପଣାସ୍ତ୍ର ମିଳିବ।
ପ୍ରତିରକ୍ଷା ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଯେ,(ALH) Mk-III(ମ୍ୟାରିଟାଇମ୍ ରୋଲ) ହେଲିକପ୍ଟର ପାଇଁ ୨୯୦୧ କୋଟି ଟଙ୍କାରଚୁକ୍ତିନାମା କରାଯାଇଛି। ଏଥିରେ ଅପରେସନାଲ ରୋଲ ଉପକରଣ, ଇଞ୍ଜିନିୟରିଂ ସପୋର୍ଟ ପ୍ୟାକେଜ୍ ଓ ପରଫରମାନ୍ସ ଆଧାରିତ ଲଜିଷ୍ଟିକ୍ ସପୋର୍ଟ ମଧ୍ୟ ରହିଛି। ଏହି କନଟ୍ରାକ୍ଟ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ସହ କରାଯାଇଛି।
ଏହି ଟ୍ବିନ୍ ଇଞ୍ଜିନ ହେଲିକପ୍ଟରରେ ଅତ୍ୟାଧୁନିକ ସୁବିଧା ରହିଛି। ବର୍ତ୍ତମାନ ଉପଯୋଗ ହେଉଥିବା ଏୟାର ପ୍ଲାଟଫର୍ମଠାରୁ ଭଲ। ଏହା ଉପକୂଳବର୍ତ୍ତୀ ବିମାନ ବନ୍ଦର ସହିତ ସମୁଦ୍ରରେ ଜାହାଜରୁ ମଧ୍ୟ ବିଭିନ୍ନ ପ୍ରକାର ସମୁଦ୍ର ସୁରକ୍ଷା ମିଶନ୍ ପୁରା କରିପାରେ। ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ଅନୁସାରେ,ଭୂପୃଷ୍ଠରୁ ଆକାଶକୁଟାର୍ଗେଟ କରିପାରୁଥିବା ‘ଶିଟିଲ’ ମିସାଇଲ ଓ ସେ ସମ୍ପର୍କିତ ମିସାଇଲ ହୋଲ୍ଡିଂ ଫ୍ରେମ୍ କିଣିବା ପାଇଁ ୨୧୮୨ କୋଟି ଟଙ୍କାରଚୁକ୍ତିନାମା ସ୍ୱାକ୍ଷରକରାଯାଇଛି। ଏହି ଚୁକ୍ତିJSC Rosoboronexportଋଷ କମ୍ପାନୀ କରାଯାଇଛି। ଏହାକୁ କିଣାଯିବାର ଉଦ୍ଦେଶ୍ୟ ହେଉଛି ଆକାଶପଥ ବିପଦ ବିରୋଧରେ ଏୟାର ଡିଫେନ୍ସ କ୍ଷମତାକୁ ଆହୁରି ସୁଦୃଢ଼ କରିବା।