ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଜନ୍ମଦିନ ପାର୍ଟି ସାରି ଫେରିବା ବେଳେ ଭୟଙ୍କର ଦୁର୍ଘଟଣା: ଚାଲିଗଲା ୬ ବନ୍ଧୁଙ୍କ ଜୀବନ, ଜଣେ ଗୁରୁତର

Published By : Tapas Panda | November 15, 2024 10:56 PM

Image courtesy: jagran

ଡେରାଡୁନ: ଉତ୍ତରାଖଣ୍ଡ ଡେରାଡୁନରେ ଭୟଙ୍କର ସଡ଼କ ଦୁର୍ଘଟଣ। ଦେଖିଲେ ଛାତି ଥରିଉଠିବ। ପାର୍ଟି ସାରି ଫେରୁଥିବା ବେଳେ ଟ୍ରକ୍ ସହ ପିଟି ହେଲା କାର୍ । ତା’ ପରେ ସବୁ ଶେଷ । ଗତ ମଙ୍ଗଳବାର(ନଭେମ୍ବର ୧୨) ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୬ ଜଣ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।  

ମିଳିଥିବା ସୂଚନା ଅନୁସାରେ, ସିଦ୍ଧେଶ ଅଗରୱାଲ ତାଙ୍କ ସାଙ୍ଗମାନଙ୍କୁ ଜନ୍ମଦିନ ପାର୍ଟି ଦେଉଥିଲେ । ପାର୍ଟି ସାରି ୭ ଜଣ ଏକ ଟୋୟୋଟା ଇନୋଭା କାର୍‌ରେ ଫେରିଥିଲେ । ଡେରାଡୁନ୍ ରାସ୍ତାରେ କାର୍‌ଟି ଭାରାସାମ୍ୟ ହରାଇ ଏକ ଟ୍ରକ୍ ସହ ପିଟି ହୋଇଥିଲା ବୋଲି କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଟୋୟୋଟା କାର୍ ଛାତ ଉଡ଼ି ଯାଇଥିଲା । କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଘଟଣାରେ ଗାଡ଼ିରେ ବସିଥିବା ଦୁଇ ଜଣଙ୍କର ମୁଣ୍ଡ କଟି ରାସ୍ତାରେ ପଡ଼ିଥିବା ବେଳେ ଆଉ କିଛି କାର୍ ଭିତରେ ଚାପି ହୋଇ ରହିଯାଇଥିଲେ । ଘଟଣାସ୍ଥଳର ଦୃଶ୍ୟ ଅତି ହୃଦୟ ବିଦାରକ ଥିଲା। 

ଦୁର୍ଘଟଣାରେ ମୃତକମାନେ ହେଲେ କୁନାଲ କୁକ୍ରେଜା (୨୩), ଅତୁଲ ଅଗ୍ରୱାଲ(୨୪), ଋଷଭ ଜୈନ(୨୪), ନାଭ୍ୟା ଗୋୟଲ(୨୩), କାମାକ୍ଷୀ(୨୦) ଓ ଗୁନୀତ(୧୯)। ହେଲେ ସିଦ୍ଧେଶ ଅଗ୍ରୱାଲଙ୍କ ଜୀବନ ରକ୍ଷା ପାଇଯାଇଥିବା ବେଳେ ବର୍ତ୍ତମାନ ସେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଦୁର୍ଘଟଣାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି “ଡେରାଡୁନ ଦୁର୍ଘଟଣାରେ ଛଅ ଜଣ ଯୁବକଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ । ଭଗବାନ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଦେବା ସହ ସେମାନଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।” 

ହେଲେ ସବୁଠାରୁ ବଡ଼ କଥା ହେଲା କାର୍‌ଟି ଯେଉଁ ଟ୍ରକ୍‌ରେ ପିଟି ହୋଇଥିଲା ସେହି ଟ୍ରକ୍ ଡ୍ରାଇଭର ଫେରାର୍ ହୋଇଯାଇଛି । ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରି ଡ୍ରାଇଭରକୁ ଖୋଜିବା ଆରମ୍ଭ କରି ଦେଇଛି। ତେବେ ଏନେଇ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି । ଯେଉଁଥିରେ ସିଦ୍ଧେଶଙ୍କ ସାଙ୍ଗମାନେ ପାର୍ଟିରୁ ଫରିଲା ବେଳେ ମଦ୍ୟପାନ କରିବା ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଦିଗ ଉପରେ ଡେରାଡୁନ ପୋଲିସ ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.