ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀର ଟିକରୀ କଲାଂ ଅଞ୍ଚଳରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଏକ ଗ୍ରୋସରୀ ଦୋକାନରେ ଲାଗିଥିବା ନିଆଁ ଯୋଗଁ ସ୍ୱାମୀ ସ୍ତ୍ରୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଦମ୍ପତିଙ୍କ ପରିଚୟ ମିଳିଛି। ସେମାନେ ହେଲେ ୩୧ ବର୍ଷିୟ ବିନୀତ ଓ ତାଙ୍କର ୨୯ ବର୍ଷିୟା ପତ୍ନୀ ରେଣୁ। ଉଭୟ ମୂଳତଃ ଉତ୍ତର ପ୍ରଦେଶର ଶାହଜହାନପୁର ଜିଲ୍ଲା ନିବାସୀ ଥିଲେ ଏବଂ ଦିଲ୍ଲୀରେ ଗ୍ରୋସରୀ ଦୋକାନ କରିଥିଲେ।

ପୁଲିସ ଅନୁସାରେ , ଶୁକ୍ରବାର ରାତିରେ ଏକ ପିସିଆର କଲ୍ ମିଳିଥିଲା ,ଯେଉଁଥିରେ କୁହାଯାଇଥିଲା ଯେ, ଏକ ଦୋକାନରୁ ଧୂଆଁ ଓ ନିଆଁର ଆସ୍ତରଣ ବାହାରୁଛି। ସୂଚନା ପାଇବା କ୍ଷଣି ପୁଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଥିଲା। ଯେବେ ପୁଲିସ ଦୋକାନରେ ପହଞ୍ଚିଲା ତ ଦେଖା କି, ଦୋକାନର ସଟର ଅଧା ବନ୍ଦ ଥିଲା ଏବଂ ଭିତରେ ଧୂଆଁ ଭର୍ତ୍ତି ହୋଇଥିଲା।

ପ୍ରାରମ୍ଭିକ ତଦନ୍ତରେ ଜଣାପଡ଼ି ଥିଲା ଯେ,ଦୋକାନର କାଉଣ୍ଟର ଏରିଆରେ ସର୍ଟ ସର୍କିଟ୍ ହେବାରୁ ନିଆଁ ଲାଗିଥିଲା। କାଉଣ୍ଟରର ଆଖପାଖରେ ରଖିଥିବା ପ୍ଲାଷ୍ଟିକ୍ର ପ୍ୟାକେଟ୍ରେ ନିଆଁ ଖୁବ୍ ଜୋରରେ ବ୍ୟାପି ଗଲା ଏବଂ ଦୋକାନ ଧୂଆଁରେ ଭରି ଯାଇଥିଲା । ଏହି ସମୟରେ ଦୋକାନର ସଟରରେ କରେଣ୍ଟ ଆସି ଯାଇଥିଲା , ଯେଉଁଥି ପାଇଁ ଦମ୍ପତ୍ତି ସଟର ଖୋଲି ବାହାରକୁ ଆଉ ଆସି ପାରି ନଥିଲେ।

ପୁଲିସ ଅଧିକାରୀଙ୍କ ଅନୁସାରେ , ସଟରରେ ବିଦ୍ୟୁତ୍ କରେଣ୍ଟ ପ୍ରବାହିତ ହେବାରୁ ଦମ୍ପତ୍ତି ଭିତରେ ଫସି ରହିଥିଲେ ଏବଂ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ପୁଲିସ ଟିମ୍ ସଟରକୁ ଠେଙ୍ଗା ସାହାଯ୍ୟରେ ଖୋଲି ଉଭୟଙ୍କୁ ବେହୋସ ସ୍ଥିତିରେ ବାହାର କରାଯାଇ ଥିଲା।

ତାପରେ ସଙ୍ଗେ ସଙ୍ଗେ ଦୁହିଁଙ୍କୁ ବହାଦୁରଗଡ଼ ସ୍ଥିତ ଅସ୍କାର ହସ୍ପିଟାଲ ନିଆ ଯାଇଥିଲ, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ପୁଲିସ ଆଗାମୀ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏହି ଦୁର୍ଘଟଣା ଆଖପାଖର ଲୋକଙ୍କୁ ଖୁବ୍ ଦୁଃଖ ଦେଇଛି।