ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି, ୭୦ ଆସନରୁ ୬୮ ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ...

Published By : Ladu Kishor | January 16, 2025 5:41 PM

Image Courtesy: indiatvnews

ନୂଆଦିଲ୍ଲୀ: ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏହାର ପ୍ରାର୍ଥୀଙ୍କ ଚତୁର୍ଥ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ, ମୋଟ ନଅଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଦିଲ୍ଲୀରେ ମୋଟ ୭୦ ଟି ବିଧାନସଭା ଆସନ ରହିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ୬୮ଟି ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିସାରିଛି। ତେବେ ଏହା ମଧ୍ୟ ବିଶ୍ୱାସ କରାଯାଉଛି ଯେ, ବାକି ଦୁଇଟି ବିଧାନସଭା ଆସନ ଏନଡିଏ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପାଇଁ ଉଦ୍ଧିଷ୍ଟ ରହିଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ତାଲିକାରେ ୨୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଦ୍ୱିତୀୟ ତାଲିକାରେ ୨୯ ଟି ଆସନ ପାଇଁ ପ୍ରାର୍ଥୀ ମଧ୍ୟ ନିର୍ଣ୍ଣୟ କରାଯାଇଥିଲା। ତୃତୀୟ ତାଲିକାରେ କେବଳ ଗୋଟିଏ ନାମ ଥିଲା । ଯାହାକି, ମୋହନ ସିଂହ ବିଷ୍ଟଙ୍କୁ ମୁସ୍ତାଫାବାଦରୁ ଟିକେଟ୍ ଦିଆଯାଇଥିଲା। ଏବେ ଚତୁର୍ଥ ତାଲିକାରେ ନଅଟି ଆସନ ପାଇଁ ପ୍ରାର୍ଥୀ ଦିଆଯାଇଛି।

ସୂଚନାଥାଉକି, ଫେବୃଆରୀ ୫ ତାରିଖରେ ଦିଲ୍ଲୀରେ ମତଦାନ ହେବାକୁ ଯାଉଛି ଏବଂ ଫେବୃଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଚାଲିଛି ଏବଂ ଅନେକ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିସାରିଛନ୍ତି। ଜାନୁଆରୀ ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ। ଏପରି ପରିସ୍ଥିତିରେ, ବିଜେପିକୁ ଏହାର ସହଯୋଗୀ ଦଳଗୁଡ଼ିକ ସହିତ କିଛି ଘଣ୍ଟା ମଧ୍ୟରେ ବାକି ଦୁଇଟି ଆସନ ପାଇଁ ପ୍ରାର୍ଥୀ ସ୍ଥିର କରିବାକୁ ପଡିବ।

ବିଜେପି ଜାନୁଆରୀ ୪ ତାରିଖରେ ୨୯ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା,ଯେଉଁଥିରେ ଆମ ଆଦମୀ ପାର୍ଟି (ଆପ) ଏବଂ କଂଗ୍ରେସରୁ ସଦ୍ୟତମ ଭାବରେ ଦଳରେ ଯୋଗ ଦେଇଥିବା ଅତି କମରେ ଛଅ ଜଣ ଲୋକଙ୍କୁ ଟିକେଟ ଦିଆଯାଇଥିଲା। ପୂର୍ବତନ ସାଂସଦ ପରବେଶ ବର୍ମାଙ୍କୁ ନୂଆଦିଲ୍ଲୀ ଆସନରୁ ଅରବିନ୍ଦ କେଜରିୱାଲଙ୍କ ବିପକ୍ଷରେ ଟିକେଟ୍ ମିଳିଛି, ଯେତେବେଳେ କି, ଦଳର ପୂର୍ବତନ ସାଂସଦ ରମେଶ ବିଧୁରୀଙ୍କୁ କାଲକାଜିରୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ ପ୍ରାର୍ଥୀ କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.