ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିଓ୍ଵାଲଙ୍କୁ ବଡ଼ ଝଟ୍‌କା, ଆପ୍‌ରୁ ଇସ୍ତଫା ଦେଲେ ୭ ବିଧାୟକ

Published By : Tapas Panda | January 31, 2025 6:17 PM

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି (AAP)କୁ ବଡ଼ ଝଟକା ଲାଗିଛି । ଦଳରୁ ୭ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନଙ୍କୁ ଆଗାମୀ ନିର୍ବାଚନ ଲାଗି ଆପ୍‌ ପକ୍ଷରୁ ଟିକେଟ୍‌ ମିଳିନଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ୭ ଜଣ ଆପ୍‌ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ରାଜେଶ ରିଷି, ନରେଶ ଯାଦବ, ରୋହିତ ମେହରାଉଲିଆ, ଭାବନା ଗୌଡ଼, ମଦନ ଲାଲଙ୍କ ସମେତ ଶୁକ୍ରବାର ସାତ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି। ଜନକପୁରୀରୁ ଦୁଇ ଥର ବିଧାୟକ ରାଜେଶ ରିଷି ଆମ୍ ଆଦମୀ ପାର୍ଟିର ସବୁ ପଦରୁ ଇସ୍ତଫା ଦେଇଛନ୍ତି । ଟିକେଟ୍ କଟିବାରୁ ଅସନ୍ତୁଷ୍ଟ ଥିବା ରାଜେଶ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପାର୍ଟି ନିଜର ମୂଳ ସିଦ୍ଧାନ୍ତକୁ ତ୍ୟାଗ କରି ଦୁର୍ନୀତିରେ ବୁଡ଼ି ରହିଛି । 




ଇସ୍ତଫା ଦେଇଥିବା ୭ ବିଧାୟକ

୧. ଭାବନା ଗୌଡ଼

୨.ନରେଶ ଯାଦବ

୩. ରାଜେଶ ରିଷି

୪.ମଦନ ଲାଲ

୫.ରୋହିତ ମେହରାଉଲିଆ

୬. ବିଏସ୍‌ ଜୁନ୍‌

୭. ପଓ୍ବନ ଶର୍ମା

ମହରୌଲିର ବିଧାୟକ ନରେଶ ଯାଦବ ମଧ୍ୟ ପାର୍ଟି ଉପରେ ଦୁର୍ନୀତିର ଅଭିଯୋଗ ଲଗାଇଛନ୍ତି। ନରେଶ ଯାଦବଙ୍କୁ ପାର୍ଟି ଟିକେଟ୍ ଦେଇଥିଲା, ମାତ୍ର ପରେ ଫେରାଇ ନେଇଥିଲା। ଯାଦବଙ୍କ କୁରାନକୁ ଅପମାନ ସଂପର୍କିତ ଏକ ମାମଲାରେ ପଞ୍ଜାବର ଏକ ଅଦାଲତ ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଉପର ଅଦାଲତ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ । ନରେଶ ଯାଦବଙ୍କୁ ଟିକେଟ୍ ଦେବାରୁ ଆପ୍‌କୁ କଂଗ୍ରେସ  ଓ ଏଆଇଏମଆଇଏମ ସମାଲୋଚନା କରିଥିଲେ । ତ୍ରିଲୋକପୁରୀରୁ ଆପ୍ ବିଧାୟକ ତଥା ଦଳିତ ନେତା ରୋହିତ କୁମାର ମେହରାଉଲିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏଥର ବିଧାନସଭା ନିର୍ବାଚନରେ ତାଙ୍କୁ ଆପ୍‌ ଟିକେଟ ଦେଇନଥିଲା । ସେ ଏକ୍ସରେ ଲେଖିଛନ୍ତି, ବାବା ସାହେବଙ୍କ କେବଳ ଫଟୋ ଦରକାର, ତାଙ୍କର ବିଚାର ଦରକାର ନାହିଁ। ଏମିତି ଲୋକଙ୍କ ସହିତ ମୋର ସଂପର୍କ ଆଜିଠୁ ଶେଷ । ସେହିପରି ପାଲମର ବିଧାୟକ ଭାବନା ଗୌଡ଼, କସ୍ତୁରବା ନଗରର ବିଧାୟକ ମଦନ ଲାଲ, ବିଜବାସନର ବିଧାୟକ ବିଏସ ଜୁନ୍‌ ଓ ଆଦର୍ଶ ନଗର ବିଧାୟକ ପଓ୍ବନ ଶର୍ମା ମଧ୍ୟ ଆପ୍‌ରୁ ଇସ୍ତଫା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.