ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ଡକ୍ଟର ବିଶମ୍ବର ଦାସ ମାର୍ଗରେ ଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ବଡ଼ ଧରଣର ଅଗ୍ନିକାଣ୍ଡ । ଏହି ବିଲ୍ଡିଂରେ ଅନେକ ଲୋକସଭା ଏବଂ ରାଜ୍ୟସଭା ସାଂସଦ ରୁହନ୍ତି। ଏହି ବିଲ୍ଡିଂ ସଂସଦ ଭବନରୁ ମାତ୍ର ୨୦୦ ମିଟର ଦୂରରେ ରହିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କୌଣସି ମୃତାହତର ଖବର ମିଳିନାହିଁ। ଏହି ଅଞ୍ଚଳକୁ ଅତ୍ୟନ୍ତ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଥିବାରୁ ଏହି ଅଗ୍ନିକାଣ୍ଡ ସ୍ଥାନୀୟ ବାସିନ୍ଦା ଏବଂ ଅଧିକାରୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।
#WATCH | A fire broke out at Brahmaputra Apartments in New Delhi. Six vehicles have been dispatched to the spot
— ANI (@ANI) October 18, 2025
More details awaited pic.twitter.com/eEk0UUyZzU
ଅଗ୍ନିକାଣ୍ଡର ସଠିକ୍ କାରଣ ଅସ୍ପଷ୍ଟ ଥିଲେ ମଧ୍ୟ, ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଛନ୍ତି। ନିଆଁ ଲିଭାଇବା ପାଇଁ ଛଅଟି ଦମକଳ ଗାଡ଼ି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଫଟୋ ଏବଂ ଭିଡିଓରେ ପୋଲିସ ଲୋକମାନଙ୍କୁ ସ୍ଥାନାନ୍ତର ପାଇଁ ଅନୁରୋଧ କରୁଥିବା ଦେଖାଯାଉଛି।
ମିଳିଥିବା ସୂଚନା ଅନୁସାରା, ଦମକଳ ବିଭାଗକୁ ନିଆଁ ଲାଗିଥିବା ସୂଚନା ପ୍ରଥମେ ମଧ୍ୟାହ୍ନ ୧ଟା ୨୦ ମିନିଟ୍ରେ ମିଳିଥିଲା। ଏହାପରେ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ଘଟଣାସ୍ଥଳରେ ଦମକଳ ଗାଡିଙ୍କୁ ପଠାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଫାୟାର ବ୍ରିଗେଡ୍ ଟିମ୍କୁ କଲ୍ କରିବା ପରେ ବହୁ ବିଳମ୍ବରେ ପହଁଞ୍ଚିଲା। ଲୋକଙ୍କର କହିବା ଅନୁସାରେ , ଯଦି ବ୍ରିଗେଡ୍ ଟିମ୍ ଠିକ୍ ସମୟରେ ପହଁଞ୍ଚିଥାନ୍ତା ତେବେ କମ୍ କ୍ଷତି ହୋଇଥାନ୍ତା।