ନୂଆଦିଲ୍ଲୀ : ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ ହୋଇଥିବା କାର୍ ବିସ୍ଫୋରଣରେ ଫରିଦାବାଦର ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଲୋକଙ୍କ ନାଁ ସାମ୍ନାକୁ ଆସୁଛି। ଏଥିରେ ଏବେ ୟୁନିଭର୍ସିଟି ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ଯାଇଛି। ଗୁରୁବାର ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଅଲ୍-ଫଲାହ ୟୁନିଭର୍ସିଟିର ସଦସ୍ୟତାକୁ ବାତିଲ୍ କରି ଦେଇଛି। ସଂଘ ଏକ ଅଫିସିଆଲି ଚିଠି ମାଧ୍ୟମରେ ଏହି ନିଷ୍ପତ୍ତିର ସୂଚନା ଦେଇଛି। ଏହି ଚିଠିର ମାଧ୍ୟମରେ ସଂଘ ଅଲ୍-ଫଲାହରୁ ନିଜର ଲୋକଙ୍କୁ ହଟେଇବା ଓ କୌଣସି ଭାବେ ସଂଘ ନାମକୁ ବ୍ୟବହାର ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସଂଗଠନ ପକ୍ଷରୁ ଜାରି ଅଫିସିଆଲି ବିବୃତ୍ତିରେ କୁହାଯାଇଛି ଯେ, ୟୁନିଭର୍ସିଟିର ସଦସ୍ୟତାକୁ ବାତିଲ୍ କରାଯାଉଛି। ଅଫିସିଆଲ ବୟାନରେ କୁହାଯାଇଛି , ଏହା ସୂଚିତ କରାଯାଉଛି ଯେ, ଭାରତୀୟ ବିଶ୍ୱବିଦ୍ଯାଳୟ ସଂଘ (ଏଆଇୟୁ)ର ଉପ-ନିୟମ ଅନୁସାରେ , ସବୁ ବିଶ୍ୱବିଦ୍ୟାଳ ଗୁଡ଼ିକୁ ସେପର୍ଯ୍ୟନ୍ତ ସଦସ୍ୟ ଭାବେ ବିବେଚନା କରାଯିବ , ଯେପର୍ଯ୍ୟନ୍ତ ସେମାନେ ଭଲ ସ୍ଥିତିରେ ରହିବେ। ହେଲେ , ମିଡ଼ିଆ ରିପୋର୍ଟ ଅନୁସାରେ , ଏହା ନଜରକୁ ଆସିଛି ଯେ, ଅଲ-ଫଲାହ ବିଶ୍ୱବିଦ୍ୟାଳୟ, ଫରିଦାବାଦ , ହରିଆଣା , ଭଲ ସ୍ଥିତିରେ ଥିବା ମନେହେଉ ନାହିଁ। ଏହିଅନୁସାରେ , ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ,ଫରିଦାବାଦ , ହରିଆଣାକୁ ଦିଆଯାଇଥିବା ଏଆଇୟୁର ସଦସ୍ୟତା ତତ୍କାଳ ପ୍ରଭାବର ନିଲମ୍ୱିତ କରାଯାଉଛି।
ସଙ୍ଗଠନ ଏହି କଥାର ସ୍ପଷ୍ଟ କରିଛି ଯେ, ବିଶ୍ୱବିଦ୍ୟାଳୟ ଏଆଇୟୁର ନାମ କିମ୍ୱା ଲୋକଙ୍କ ବ୍ୟବହାର କରିପାରିବ ନାହିଁ। ଏଥିରେ କୁହାଯାଇଛି ଯେ, ଏହା ବ୍ୟତୀତ ଏହା ସୂଚିତ କରାଯାଏ ଯେ,ଅଲ୍ –ଫଲାହ ବିଶ୍ୱବିଦ୍ୟାଳୟକୁ ନିଜର କୌଣସି ବି ଗତିବିଧିରେ ଏଆଇୟୁର ନାମ କିମ୍ୱା ଲୋଗୋର ବ୍ୟବହାର କରିବା ପାଇଁ ଅଧିକୃତ କରାଯାଇ ନାହିଁ, ଏବଂ ଏଆଇୟୁର ଲୋଗୋକୁ ବିଶ୍ୱବିଦ୍ୟାଳୟର ଅଫିସିଆଲି ୱେବସାଇଟ୍ରୁ ତୁରନ୍ତ ହଟେଇ ଦିଆ ଯିବା ଉଚିତ୍।
ବିଶ୍ୱବିଦ୍ୟାଳୟ ସଂଘ ବ୍ୟତୀତ ଅଲ୍-ଫଲାହ ୟୁନିଭର୍ସିଟିର ଉପରେ ସରକାରଙ୍କ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଉଛି। ସୂତ୍ରାନୁସାରେ, ଧମାକା ସହ ଜଡ଼ିତ ସନ୍ଦିଗ୍ଧ ଲୋକଙ୍କ ବିଶ୍ୱବିଦ୍ୟାଳୟର ସଂପର୍କ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବିଶ୍ୱବିଦ୍ୟାଳୟର ରେକର୍ଡର ଯାଞ୍ଚ ଆଦେଶ ଜାରି କରି ଦେଇଛନ୍ତି। ଏହା ବ୍ୟତୀତ ଇଡି ବିଶ୍ୱବିଦ୍ୟାଳୟକୁ ଆସୁଥିବା ଫଣ୍ଡର ଯାଞ୍ଚ କରିବା ଆରମ୍ଭ କରି ଦେଇଛି।
ଉଲ୍ଲେଖନୀୟ ଯେ, ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ଫରିଦାବାଦର ଧୌଜ ସ୍ଥିତ ଏକ ପ୍ରାଇଭେଟ୍ ସଂସ୍ଥା ଅଟେ। ଏଥିରେ ଇଞ୍ଜିନିୟରିଂ ବ୍ୟତୀତ କିଛି ମେଡିକାଲର ସିଟ୍ ମଧ୍ୟ ଉପଲବ୍ଧ ଅଛି ଏବଂ ୟୁନିଭର୍ସିଟିର ନିଜର ଏକ ହସ୍ପିଟାଲ ମଧ୍ୟ ଅଛି। ଅଫିସିଆଲି ଅନୁସାରେ , ଦିଲ୍ଲୀରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା କାର୍ ଚଲାଉ ଥିବା ଡାକ୍ତର ଉମର ନବି , ଏହି ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲା।