ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଫରିଦାବାଦର ଅଲ୍ ଫଲାହ ୟୁନିଭର୍ସିଟିର ଭୂମିକା ସାମାନାକୁ ଆସିଛି। ଏହାପରେ ଏଆଇ ଓ ଇଡି ଆରମ୍ଭ କରିଛନ୍ତି ତଦନ୍ତ। ଏହା ଅନୁସାରେ, ଇଡି ମଙ୍ଗଳବାର ବିଳମ୍ବିତ ରାତିରେ ଅଲ୍ ଫଲାହ ଗ୍ରୁପ୍‌ର ଚେୟାର ପର୍ସନ ଜବାଦ ଅହମ୍ମଦ ସିଦ୍ଧକିକୁ ଗିରଫ କରିଇ। ବୁଧବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ତାଙ୍କୁ ୧୩ ଦିନ ପାଇଁ ଇଡି କଷ୍ଟଡିକୁ ପଠାଇଛନ୍ତି। କୋର୍ଟରେ ତଦନ୍ତକାରୀ ଏଜେନ୍ସି ଖୁଲାସା କରିଛି ଯେ, ସିଦ୍ଧକି ୪୧୫ କୋଟି ଦୁର୍ନୀତି କରିଛି। ସେ ବିଦେଶକୁ ଚାଲିଯିବାର ଯୋଜନାରେ ଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟ କୋର୍ଟରେ କହିଛି, ଜଓ୍ବାଦ ଅହମ୍ମଦ ସିଦ୍ଧକି ପାଖରେ ଦେଶ ଛାଡିବାର ସ୍ପଷ୍ଟ ଉଦ୍ଦେଶ୍ୟ ଥିଲା, କାରଣ ତାଙ୍କ ପରିବାରର ବହୁ ସଦସ୍ୟ ଉପସାଗରୀୟ ଦେଶରେ ରୁହନ୍ତି। ତାଙ୍କ ପାଖକୁ ଲଗାତାର ବିଦେଶରେ ଲୁଚିବାର ସୁଯୋଗ ଥିଲା। ତଦନ୍ତକାରୀ ଏଜେନ୍ସି ଦାବି କରିଛି ଯେ, ତାଙ୍କର ଭୂମିକା ଗମ୍ଭୀର ଆର୍ଥିକ ଅପରାଧ ସହ ଜଡିତ। ସେ ଯାଞ୍ଚକୁ ପ୍ରଭାବିତ କରିପାରନ୍ତି କିମ୍ବା ପ୍ରମାଣ ନଷ୍ଟ କରିପାରନ୍ତି। ଏହି ଗିରଫଦାରୀ ପଛରେ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ଅଲ୍ ଫଲାହ ଗ୍ରୁପ୍‌ର ୪୧୫ କୋଟି ଟଙ୍କାର ଦୁର୍ନୀତି।

ଇଡି କହିଛି, ଅଲ୍ ଫଲାହ ଗ୍ରୁପ୍, ଏହାର ଟ୍ରଷ୍ଟ, ମିଛ ଏକ୍ରିଡେସନ୍ ଓ ଭୁଲ ରିକଗନେସନ୍‌ର ଦାବି ସାହାରାରେ ଛାତ୍ର ଓ ଅବିଭାବକଙ୍କଠାରୁ ବହୁ ମାତ୍ରାରେ ଫି’ ଆଦାୟ କରିଛି। ଏପର୍ଯ୍ୟନ୍ତ ୪୧୫.୧୦ କୋଟି ଟଙ୍କା ଦୁର୍ନୀତି କରିଥିବା ସାମନାକୁ ଆସିଛି, ଯାହାକି ଏହାଠାରୁ ଅଧିକ ହୋଇପାରେ। ଏହି ଗ୍ରୁପ୍ ସହ ଜଡିତ ୟୁନଭର୍ସିଟିର ଭୂମିକା ଦିଲ୍ଲୀ ବିସ୍ଫୋରଣ ସାମନାକୁ ଆସିଥିଲା। ଏଠାରେ ତିନି ଡାକ୍ତର  ‘ହ୍ବାଇଟ କଲର ଟେରର ମଡ୍ୟୁଲ’ ସହ ଜଡିତ ଥିଲେ। ଏମାନଙ୍କ ଭିତରୁ ଜଣେ ଡାକ୍ତର ଉମର ନବି ଲାଲ କିଲ୍ଲା ନିକଟରେ ବିସ୍ଫୋରଣ କରିଥିଲା।

ଏହାପରେ ତଦନ୍ତକାରୀ ଏଜେନ୍ସି ଅଲ୍ ଫଲାହ ୟୁନିଭର୍ସିଟିର ଯାଞ୍ଚ ଆରମ୍ଭ କରିଥିଲା। ଏହି ସମୟରେ ଜଭାଦ ଅହମ୍ମଦ ସିଦ୍ଧକିଙ୍କ ଭୂମିକାରେ ସନ୍ଧିଗ୍ଧତା ଦେଖିବାକୁ ମିଳିଛି। ଯିଏକି ଅଲ୍ ଫଲାହ ଚାରିଟେବଲ ଟ୍ରଷ୍ଟର ଫାଉଣ୍ଡର ଓ ମ୍ୟାନେଜିଂ ଟ୍ରଷ୍ଟି ଅଛନ୍ତି। ତାଙ୍କ ନିର୍ଦେଶରେ ଆଡମିସନ୍ ରେଜିଷ୍ଟର, ଫି’ ଲେଜର, ଆକାଉଣ୍ଟ ସିଷ୍ଟମ ଓ ଆଇଟି ଡାଟାକୁ ମ୍ୟାନେଜ କରାଯାଉଥିଲା। ଏଜେନ୍ସି ସ୍ପଷ୍ଟ କରିଛି ସିଦ୍ଧକି ପ୍ରମାଣ ନଷ୍ଟ କରିପାରନ୍ତି। ଏହି କାରଣରୁ ତାଙ୍କୁ କଷ୍ଟଡିରେ ରଖିବା ଜରୁରୀ। ଦିଲ୍ଲୀ ପୋଲିସ ଦୁଇଟି ଏଫ୍ଆଇଆର ଆଧାରରେ କହିଥିଲା ଇଡି ୧୪ ନଭେମ୍ବରରେ ଆଣ୍ଟି ମନି ଲଣ୍ଡରିଂ କେସ୍ ରୁଜୁ କରିଥିଲା। ଦିଲ୍ଲୀ ପୁଲିସର ଦୁଇଟି ଏଫ୍ଆଇଆରକୁ ଆଧାର କରି ଇଡି ୧୪ ନଭେମ୍ବରରେ ଆଣ୍ଟି ମନି ଲଣ୍ଡରିଂ କେସ୍ ରୁଜୁ କରିଥିଲା। ଇଡି କହିଛି ଅଲ୍ ଫଲାହ ୟୁନିଭର୍ସିଟିର ଛାତ୍ରଙ୍କୁ ମିଛ କହି ତାଙ୍କର ଆଡମିସନ୍ କରାଯାଉଥିଲା। ତାଙ୍କୁ କୁହାଯାଉଥିଲା ୟୁନିଭର୍ସିଟି ୟୁଜିସି ମାନ୍ୟତାପ୍ରାପ୍ତ ଓ ଏହାର ଏନ୍ଏଏସି ଆକ୍ରିଡେସନ୍ ଷ୍ଟାଟସ୍ ମଧ୍ୟ ରହିଛି।