ନୂଆଦିଲ୍ଲୀ: ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ । ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ । ଦିଲ୍ଲୀ ଏହି ମ୍ୟାଚ୍ ଜିତି ପ୍ଲେ- ଅଫ୍ ଆଶା ଉଜ୍ଜୀବିତ ରଖିବ । ପରାଜିତ ହେଲେ ବିଦାୟ ନେବ । ରାଜସ୍ଥାନ ୧୧ଟି ମ୍ୟାଚ ଖେଳି ୧୨ ପଏଣ୍ଟ ଅର୍ଜନ କରି ସାରିଛି । ଶେଷ ଦୁଇଟି ମ୍ୟାଚରେ ଯଥାକ୍ରମେ ଦିଲ୍ଲୀ ଓ ଗୁଜରାଟ ଠାରୁ ପରାଜିତ ହୋଇଥିବା ରାଜସ୍ଥାନ ପାଇଁ ମଧ୍ୟ ବିଜୟ ଜରୁରି ହୋଇ ପଡ଼ିଛି ।

ଚଳିତ ସିଜନରେ ବୈଭବ ବିଶ୍ୱର ସବୁ ପେସ୍ ବୋଲର ଯଶପ୍ରୀତ ବୁମରା, ଜୋସ ହାଜେଲଉଡ୍, ପ୍ୟାଟ୍ କମିନ୍ସ, ଟ୍ରେଣ୍ଟ ବୋଲ୍ଟଙ୍କୁ ନିର୍ମମ ପ୍ରହାର କରିସାରିଛନ୍ତି । କେବଳ ପାୱାର ପ୍ଲେରେ ସେ ସର୍ବାଧିକ ୩୦ଟି ଛକା ମାରି ସାରିଛନ୍ତି । ଦିଲ୍ଲୀ ପେସ୍ ବୋଲର ମୁକେଶ କୁମାର ଇତି ମଧ୍ୟରେ ୬ଜଣ ବାମ ହାତି ବ୍ୟାଟରଙ୍କୁ ଆଉଟ୍ କରି ସାରିଛନ୍ତି । ଆଜି ତାଙ୍କୁ ବୈଭବ ଓ ଜୈସ୍ୱାଲଙ୍କ ବିପକ୍ଷରେ ବୋଲିଂ କରାଇବାକୁ ଦିଲ୍ଲୀ ଗୁରୁତ୍ୱ ଦେବ । କୋଟଲା ଗ୍ରାଉଣ୍ଡର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ୍ ଖେଳା ଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ମାତ୍ର ଏହି ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଶେଷ ୪ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇଛନ୍ତି ।

ଏହାସହ ପଢ଼ନ୍ତୁ :​​​​​​​ ୬ ଘଣ୍ଟାରୁ କମ କିମ୍ବା ୮ ଘଣ୍ଟାରୁ ଅଧିକ ସମୟ ଶୋଉଥିଲେ ଜାଣିରଖ