ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଶିବିରରେ ତତ୍ପରତା । ୨୦୨୫ ଫେବୃଆରୀରେ ସମ୍ଭାବ୍ୟ ନିର୍ବାଚନ ଲାଗି ଦ୍ବିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି କଂଗ୍ରେସ । ଏହି ତାଲିକାରେ ଆପ୍‌ରୁ ଆସିଥିବା ନେତାଙ୍କ ସମେତ ୨୬ ଜଣଙ୍କ ନାଁ ସାମିଲ ରହିଛି । ଏବେ ସୁଦ୍ଧା କଂଗ୍ରେସ ମୋଟ ୪୭ ପ୍ରାର୍ଥୀ ନାଁ ଘୋଷଣା କରିସାରିଛି । ଏହା ପୂର୍ବରୁ ୨୧ ଜଣ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା କଂଗ୍ରେସ । 

 କାଲକାଜୀ ବିଧାନସଭା ଆସନରୁ ଦଳ ନିଜର ବରିଷ୍ଠ ନେତ୍ରୀ ଅଳକା ଲାମ୍ବାଙ୍କୁ ଟିକେଟ୍‌ ଦେବ ବୋଲି କୁହାଯାଉଥିଲା । କିନ୍ତୁ ସେ ଏଥିପାଇଁ ମନା କରିଥିବା ଚର୍ଚ୍ଚା ହେଉଛି । ତେଣୁ ଦଳ ପକ୍ଷରୁ ଏହି ସିଟ୍‌ ଲାଗି ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । କାଲକାଜୀ ଆସନରୁ ଆପ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀ ଆତିଶୀ ପ୍ରାର୍ଥୀ ହୋଇଛନ୍ତି । 




 ଦ୍ବିତୀୟ ପ୍ରାର୍ଥୀ ତାଲିକାରେ କଂଗ୍ରେସ ରିଠାଲାରୁ ସୁଶାନ୍ତ ମିଶ୍ର, ମଙ୍ଗୋଲପୁରୀରୁ ହନୁମାନ ଚୌହାନ,ଶକୁର ବସ୍ତିରୁ ସତୀଶ ଲୁଥରା, ତ୍ରିନଗରରୁ ସତେମ୍ବର ଶର୍ମା, ମାଟିଆ ମହଲରୁ ଆସିମ ଅହମଦ ଖାନ, ମୋତି ନଗରରୁ ରାଜେନ୍ଦ୍ର ନାମଧାରୀ, ମାଦୀପୁରରୁ ଜେପି ପାଓ୍ବାର, ରାଜୌରୀ ଗାର୍ଡେନରୁ ଧର୍ମପାଲ ଚନ୍ଦେଲା, ଉତ୍ତମ ନଗରରୁ ମୁକେଶ ଶର୍ମା, ମଟିୟାଲାରୁ ରଘୁବିନ୍ଦର ଶୌକିନ, ଦିଲ୍ଲୀ କ୍ୟାଣ୍ଟରୁ ପ୍ରଦୀପ କୁମାର ଏବଂ ରାଜିନ୍ଦର ନଗରରୁ ବିନୀତ ଯାଦବଙ୍କୁ ଟିକେଟ୍‌ ଦେଇଛି ।