ନୂଆଦିଲ୍ଲୀ, ୦୮/୦୨: ଖୋଲିଲା ଇଭିଏମ୍ । ଆରମ୍ଭ ହେଲା ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ୍ ଗଣତି ଜାରି ରହିଛି । କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି । ୬୯୯ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ବାହାରିବ । ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ଲାଗୁଛି ଏକଜାକ୍ଟ ହୋଇଯିବ କି ଏକଜିକ୍ଟ ପୋଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି । କଂଗ୍ରେସ ଓ ଆପ୍ କୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି ।

କିଛି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ୭ଟି ଓ ଆପ୍ ୩ଟି ଆସନରେ ଆଗୁଆ ରହିଛି । ଆପର ୩ ହେବିୱେଟ୍ ପଛୁଆ ରହିଛନ୍ତି । କାଲକାଜୀରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ ଆଗୁଆ ରହିଛନ୍ତି । ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ପଛୁଆ ରହିଥିବା ବେଳେ ଜଙ୍ଗପୁରାରୁ ଆପ୍ ପ୍ରାର୍ଥୀ ମନୀଷ ସିସୋଦିଆ ମଧ୍ୟ ପଛରେ ପଡି ଯାଇଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଭିନ୍ନ ଆସନରେ ବିଜେପି ଆଗୁଆ ରହିବା ସହ ମ୍ୟାଜିକ ନମ୍ବର ଛୁଇଁଛି ।

ଆପର ଦୁର୍ଗେଶ ପାଠକ ରାଜିନ୍ଦର ନଗର ଆସନରେ ୭୨୮ ଭୋଟରେ ଆଗୁଆ ଚାଲୁଛନ୍ତି । ସେହିପରି ଆପର ଗୋପାଳ ରାଇ ବାବାରପୁର ଆସନରୁ ଆଗୁଆ ରହିଛନ୍ତି । ବିଜେପି କାର୍ତ୍ତାର ସିଂହ ତନୱାର ଛତ୍ରପୁର ଆସନରୁ ଆଗରେ ରହିଛନ୍ତି । ସେପଟେ ଭୋଟ ଗଣତି ପୂର୍ବରୁ କାଲକାଜୀ ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ ତାଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି ।

ଏହା ବି ପଢନ୍ତୁ...କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ

ପ୍ରକାଶ ଥାଉ କି,  ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ଶାନ୍ତି ଶୃଙ୍ଖଳାରେ ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଉତ୍ତରପୂର୍ବ ଜିଲ୍ଲୀରେ ସର୍ବାଧିକ ଭୋଟ୍ ଗ୍ରହଣ ରେକର୍ଡ ହୋଇଥିଲା । ଆଜି ସମସ୍ତ ୭୦ ଆସନରେ ଭୋଟ ଗଣତି ଜାରି ରହିଛନ୍ତି । ଭୋଟ୍ ଗଣତି ପାଇଁ ୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।