ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

କିଏ ଜିତିବି ଦିଲ୍ଲୀର ଦିଲ୍ ? ଆପର ୩ ହେବିୱେଟ୍ ପଛୁଆ, ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ

Published By : Ankita S | February 8, 2025 9:04 AM

ନୂଆଦିଲ୍ଲୀ, ୦୮/୦୨: ଖୋଲିଲା ଇଭିଏମ୍ । ଆରମ୍ଭ ହେଲା ଗଣତି । ପ୍ରଥମେ ପୋଷ୍ଟାଲ ବାଲଟ ପରେ ଇଭିଏମ୍ ଗଣତି ଜାରି ରହିଛି । କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି । ୬୯୯ ପ୍ରାର୍ଥୀଙ୍କ ପରୀକ୍ଷା ଫଳ ବାହାରିବ । ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ଲାଗୁଛି ଏକଜାକ୍ଟ ହୋଇଯିବ କି ଏକଜିକ୍ଟ ପୋଲ୍ । ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେପି ଆଗୁଆ ରହିଛି । କଂଗ୍ରେସ ଓ ଆପ୍ କୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି ।

କିଛି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ୭ଟି ଓ ଆପ୍ ୩ଟି ଆସନରେ ଆଗୁଆ ରହିଛି । ଆପର ୩ ହେବିୱେଟ୍ ପଛୁଆ ରହିଛନ୍ତି । କାଲକାଜୀରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ରହିଛନ୍ତି । ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ ଆଗୁଆ ରହିଛନ୍ତି । ସେହିପରି ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ନୂଆଦିଲ୍ଲୀ ଆସନରୁ ପଛୁଆ ରହିଥିବା ବେଳେ ଜଙ୍ଗପୁରାରୁ ଆପ୍ ପ୍ରାର୍ଥୀ ମନୀଷ ସିସୋଦିଆ ମଧ୍ୟ ପଛରେ ପଡି ଯାଇଛନ୍ତି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଭିନ୍ନ ଆସନରେ ବିଜେପି ଆଗୁଆ ରହିବା ସହ ମ୍ୟାଜିକ ନମ୍ବର ଛୁଇଁଛି ।

ଆପର ଦୁର୍ଗେଶ ପାଠକ ରାଜିନ୍ଦର ନଗର ଆସନରେ ୭୨୮ ଭୋଟରେ ଆଗୁଆ ଚାଲୁଛନ୍ତି । ସେହିପରି ଆପର ଗୋପାଳ ରାଇ ବାବାରପୁର ଆସନରୁ ଆଗୁଆ ରହିଛନ୍ତି । ବିଜେପି କାର୍ତ୍ତାର ସିଂହ ତନୱାର ଛତ୍ରପୁର ଆସନରୁ ଆଗରେ ରହିଛନ୍ତି । ସେପଟେ ଭୋଟ ଗଣତି ପୂର୍ବରୁ କାଲକାଜୀ ଆସନରୁ ଲଢୁଥିବା ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ ତାଙ୍କ ଘରେ ପୂଜାର୍ଚ୍ଚନା କରିଛନ୍ତି ।

ଏହା ବି ପଢନ୍ତୁ...କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ

ପ୍ରକାଶ ଥାଉ କି,  ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ଶାନ୍ତି ଶୃଙ୍ଖଳାରେ ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଉତ୍ତରପୂର୍ବ ଜିଲ୍ଲୀରେ ସର୍ବାଧିକ ଭୋଟ୍ ଗ୍ରହଣ ରେକର୍ଡ ହୋଇଥିଲା । ଆଜି ସମସ୍ତ ୭୦ ଆସନରେ ଭୋଟ ଗଣତି ଜାରି ରହିଛନ୍ତି । ଭୋଟ୍ ଗଣତି ପାଇଁ ୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.