ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ

Published By : Ankita S | February 8, 2025 7:21 AM

ନୂଆଦିଲ୍ଲୀ,୮/୦୨: କାହା ଭାଗ୍ୟରେ ଦିଲ୍ଲୀ ଗଡ? କିଏ କରିବ ଦିଲ୍ଲୀ ଦଖଲ ? ଏକଜାକ୍ଟ ହେବ କି ଏକଜିଟ ପୋଲ୍ । ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି । କମବ୍ୟାକ କରିବ କି କଂଗ୍ରେସ  ? ଅରବିନ୍ଦ କେଜ୍ରିୱାଲଙ୍କ ଆପର ଦବଦବା ରହିବ ନା ୨୭ ବର୍ଷ ପରେ ପୁଣି ଫେରିବ ବିଜେପି ? ନା ୨୦୧୩ ପର୍ଯ୍ୟନ୍ତ ୧୫ ବର୍ଷ ଧରି କ୍ଷମତାରେ ଥିବା କଂଗ୍ରେସର ଭାଗ୍ୟ ବଦଳିବ । ସବୁର ହୋଇଯିବ ଫଇସଲା । ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ରେଜଲ୍ଟ ବାହାରିବ । ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ । କାହା ମୁଣ୍ଡରେ ଦିଲ୍ଲୀବାସୀ ସୁନା କଳସ ଢାଳିଛନ୍ତି ତାର ଫଇସଲା ହୋଇଯିବ । ୭୦ ଆସନରେ ସକାଳ ୮ଟାରୁ ଭୋଟ ଗଣତି ହେବ । ଏ ନେଇ ସୁରକ୍ଷାବ୍ୟବସ୍ଥା କଡାକଡି ହୋଇଛି ।

ନିର୍ବାଚନ ନେଇ ଭୋଟ୍ ଗ୍ରହଣ ସରୁ ସବୁ ବୁଥ ବାହୁଡା ମତ ଆସିଥିଲା । ଯେଉଁଥିରେ ବିଜେପି ସରକାର ଗଢିବ ବୋଲି ଦର୍ଶାଯାଇଥିଲା । ବିଜେପି ସପକ୍ଷରେ ୯ଟି ପୋଲ୍ ଯାଇଥିବା ବେଳେ ମାତ୍ର ୨ଟି ଆପ୍ ସପକ୍ଷରେ ଥିଲା । ବିଜେପି ଉତ୍ସାହିତ ଥିବା ବେଳେ ଆପ୍ ଚିନ୍ତାରେ ଥିବା ଚର୍ଚ୍ଚା ହେଉଥିଲା । ଯଦିଓ କେବେ କେବେ ଏକଜିଟ ପୋଲ୍ ଏକଜାକ୍ଟ ହୁଏ ନାହିଁ ତଥାପି ବିଜେପି,ଆପ୍ ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ୭୦ ଆସନରେ ବହୁମତ ୩୬ ରହିଛି । ଖାଲି ଦିଲ୍ଲୀ ନୁହେଁ ପୁରା ଦେଶର ଏହି ନିର୍ବାଚନ ଫଳାଫଳ ଉପରେ ନଜର ରହିଛି । କିଏ ଗଢିବ ଦିଲ୍ଲୀରେ ସରକାର ଅପରାହ୍ନ ୪ଟା ସୁଦ୍ଧା ଚିତ୍ର କ୍ଲିୟର ହୋଇଯିବ । ଭୋଟ୍ ଗଣତି କେନ୍ଦ୍ରଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଗତ ଦୁଇ ବିଧାନସଭା ନିର୍ବାଚନ (୨୦୧୫ ଏବଂ ୨୦୨୦)ରେ ମୋଦି ଲହର ସତ୍ତ୍ବେ ଦିଲ୍ଲୀ କବଜା କରିବାରେ ବିଜେପି ବିଫଳ ହୋଇଥିଲା । ଦୁଇଥର ଯାକ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ବାଜି ମାରି ନେଇଥିଲା । କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା । ୨୦୧୩ ଯାଏ ୧୫ ବର୍ଷ ଧରି ଦିଲ୍ଲୀରେ ଶାସନରେ ଥିବା କଂଗ୍ରେସ (୨୦୧୫ ଏବଂ ୨୦୨୦)ରେ ଖାତା ଖୋଲି ପାରିନଥିଲା । ଏଥର କିଏ ଦିଲ୍ଲୀ ଗାଦିରେ ବସୁଛି ତାହା ଉପରେ ନଜର ।

ଏହା ବି ପଢନ୍ତୁ...ତଦନ୍ତରେ ଏସିବିକୁ ସହଯୋଗ କଲେ ନାହିଁ ଆପ୍‌ ସାଂସଦ ସଂଜୟ ସିଂହ !

ଗତ ଫେବୃଆରୀ ୫ ତାରିଖରେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ଶାନ୍ତି ଶୃଙ୍ଖଳାରେ ମୋଟ୍ ୬୦.୫୪% ମତଦାନ ହୋଇଥିଲା । ଉତ୍ତରପୂର୍ବ ଜିଲ୍ଲୀରେ ସର୍ବାଧିକ ଭୋଟ୍ ଗ୍ରହଣ ରେକର୍ଡ ହୋଇଥିଲା । ଆଜି ସମସ୍ତ ୭୦ ଆସନରେ ଭୋଟ ଗଣତି ହେବ । ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ୱେବସାଇଟରେ ଫଳାଫଳ ଅପଲୋଡ କରାଯିବ । ଭୋଟ୍ ଗଣତି ପାଇଁ ୫ ହଜାର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପ୍ରତି ନିର୍ବାଚନମଣ୍ଡଳୀରେ ଭିଭିପାଟ୍ ଯାଞ୍ଚ କରାଯିବା ସହ ଗଣତିରେ ସ୍ବଚ୍ଛତା ଏବଂ ଫଳାଫଳର ସଠିକତା ବଜାୟ ରହିବା ସୁନିଶ୍ଚିନ୍ତ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ଆଲିସ ଭାଜ୍ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.