ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ଦିଲ୍ଲୀରେ ବନ୍ଦ ହେବ କି ଅଟୋ ସେବା ? ଦ୍ବନ୍ଦ ଦୂର କଲେ ରେଖା ଗୁପ୍ତା ସରକାର…

Published By : Prameya | April 15, 2025 8:02 PM

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଆଜି (ମଙ୍ଗଳବାର) ସ୍ପଷ୍ଟ କରିଛନ୍ତି ଯେ, ରାଜଧାନୀରେ ବର୍ତ୍ତମାନ ପାଇଁ କୌଣସି ଅଟୋ କିମ୍ବା ସ୍କୁଟରକୁ ବନ୍ଦ କରାଯିବ ନାହିଁ। ଏନେଇ ଦିଲ୍ଲୀ ମନ୍ତ୍ରୀ ପଙ୍କଜ ସିଂହ କହିଛନ୍ତି ଯେ, ଆମେ ଦିଲ୍ଲୀ ପାଇଁ EV ପଲିସି ଉପରେ ମନ୍ଥନ କରୁଛୁ। ବର୍ତ୍ତମାନ କୌଣସି ଅଟୋ ବନ୍ଦ ହେବ ନାହିଁ, ସବୁକିଛି ଚାଲୁ ରହିବ।

କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପଙ୍କଜ ସିଂହ କହିଛନ୍ତି, "ଆମର ଏକ କ୍ୟାବିନେଟ ବୈଠକ ହୋଇଥିଲା। ଆମେ ଏହା ଉପରେ ଆଲୋଚନା କରୁଛୁ। ବର୍ତ୍ତମାନ ଅଟୋ ବନ୍ଦ କରିବା ବିଷୟରେ ପ୍ରଚାର କରାଯାଉଛି। ଏବେ ସେପରି କିଛି ନାହିଁ । ସମସ୍ତ ଯାନବାହାନ ଚାଲିବ। ଦିଲ୍ଲୀବାସୀଙ୍କ ପାଇଁ ଯାହା ଭଲ ସୁବିଧା ଉପଲବ୍ଧ ତାହା ଯୋଗାଇ ଦିଆଯିବ।"

କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ଆଶିଷ ସୁଦ କହିଛନ୍ତି ଯେ ଦିଲ୍ଲୀ ସରକାର ସବସିଡି ବନ୍ଦ କରିବେ ବୋଲି ନିରନ୍ତର ପ୍ରଚାର କରାଯାଉଛି, କିନ୍ତୁ ଦିଲ୍ଲୀ ସରକାର କୌଣସି ସବସିଡି ବନ୍ଦ କରିବେ ନାହିଁ। ବିଦ୍ୟୁତ ସବସିଡି ଉପରେ ନିଷ୍ପତ୍ତି ନିଆଯାଇଛି। ଚାଷୀ ଭାଇ ମାନଙ୍କ ପାଇଁ ସବସିଡି, ୧୯୮୪ ଦଙ୍ଗାର ପୀଡିତଙ୍କ ପାଇଁ ସବସିଡି, ଓକିଲଙ୍କ ଚାମ୍ବର ପାଇଁ ସବସିଡି ଏବଂ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ସବସିଡି ଜାରି ରହିବ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.