ନୂଆଦିଲ୍ଲୀ,୦୯/୧୧:  ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ। ଯାହାକୁ ନେଇ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଦିଲ୍ଲୀର ହଟସ୍ପଟ ଅଞ୍ଚଳରେ ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବା ପାଇଁ  ଉଡ଼ାଯିବ ଡ୍ରୋନ୍ । ଏନେଇ ଦିଲ୍ଲୀ ପର୍ଯ୍ୟାବରଣ ମନ୍ତ୍ରୀ ଗୋପାଲ ରାୟ ଡ୍ରୋନ୍ ଟେଷ୍ଟିଂ ଆରମ୍ଭ କରିଛନ୍ତି । ଏହା ସଫଳ ହେଳେ ଆହୁରୀ ଡ୍ରୋନ୍ କ୍ରୟ କରାଯିବ ବୋଲି ସେ କହିଛନ୍ତି ।

ତେବେ ଦିଲ୍ଲୀର ଅନନ୍ଦ ବିହାର ଅଞ୍ଚଳରେ ଡେମୋ ପାଇଁ ଏକ ଡ୍ରୋନ୍ ଉଡାଯାଇଥିବା ଜଣାପଡ଼ିଛି । ପର୍ଯ୍ୟାବରଣ ମନ୍ତ୍ରୀଙ୍କ ରକ୍ଷଣବେକ୍ଷଣରେ ସମସ୍ତ ପ୍ରକ୍ରିୟା କରାଯାଇଛି । ‘ରାସ୍ତାରେ ସିଞ୍ଚନ ପାଇଁ ପ୍ରାୟ ୨୦୦ ମୋବାଇଲ ଆଣ୍ଟି ସ୍ମଗ୍ ଗନ୍ ଲଗାଯାଇଛି । ଟ୍ରକ୍ ମାଧ୍ୟମରେ ଲେସ୍ ସ୍ମଗ୍ ଗନ୍ ପାଣି ସିଞ୍ଚନ କରିଥାଏ । ଅନ୍ୟ ସ୍ଥାନ ତୁଳନାରେ ହଟସ୍ପଟର ଅଧିକ ଏକ୍ୟୁଆଇ ରହିଛି ଏବଂ ଆନନ୍ଦ ବିହାର ଏଥିମଧ୍ୟରୁ ଅନ୍ୟତମ ।’ ସେ ଆହୁରି ମଧ୍ୟ କହିଛନ୍ତି କି କାନ୍ଥ କିମ୍ବା ଗଛ ଥିବା ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ ଡେମୋ କରାଯାଇଛି । ଏହି ଡେମୋ ସଫଳ ହେଲେ ଆହୁରି ଡ୍ରୋନ୍ କ୍ରୟ କରାଯିବ । ଏଥିପାଇଁ ଡିପିସିସି ଆହୁରି ୩ଟି ଡ୍ରୋନ୍ ପାଇଁ ଟେଣ୍ଡର ଦେଇଛି । ଡ୍ରୋନ୍ ମାଧ୍ୟମରେ ହଟସ୍ପଟ୍ ଅଞ୍ଚଳକୁ ଷ୍ଟଡି କରାଯିବ । ଆନନ୍ଦ ବିହାରର ଏକ୍ୟୁଆଇ ୪୧୯ ରେକର୍ଡ଼ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।