ନୂଆଦିଲ୍ଲୀ,୯/୭ : ଟିମ୍ ଇଣ୍ଡିଆର ଷ୍ଟାର୍ ଖେଳାଳୀ ଅଭିଷେକ ଶର୍ମାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଆଶ୍ବସ୍ତ । ଅଭିଷେକ ଶର୍ମା ଏହି କଥାରେ ଚିନ୍ତିତ ଥିଲେ କି ସୋସିଆଲ ମିଡ଼ିଆରେ ତାଙ୍କ ଫଟୋ, ନାଁ ଏବଂ ପରିଚୟର ଅପବ୍ୟବହାର କରାଯାଉଛି ଏବଂ ଏହାକୁ ତୁରନ୍ତ ହଟାଯାଉ । ଏବେ ଏହା ଉପରେ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ।
ଦିଲ୍ଳୀ ହାଇକୋର୍ଟ ଅଭିଷେକ ଶର୍ମାଙ୍କ ଫଟୋ, ନାଁ ଏବଂ ପରିଚୟର ଅପବ୍ୟବହାର କରିଥିବା ସୋସିଆଲ ମିଡ଼ିଆ ପୋଷ୍ଟ ଏବଂ ଅନଲାଇନ ଲିଙ୍କ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟ କହିଛନ୍ତି କି ସେ ଏହି ବିଷୟରେ ଔପଚାରିକ ଆଦେଶ ପାସ୍ କରିବେ । କ୍ରିକେଟର ଅଭିଷେକ ଶର୍ମା ପର୍ସନାଲିଟି ରାଇଟ୍ସର ସୁରକ୍ଷାର ଦାବିକୁ ନେଇ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଥିଲେ । ଅଭିଷେକ ଶର୍ମା କୋର୍ଟରେ ଅଭିଯୋଗ କରିଥିଲେ କି ଲୋକ ତାଙ୍କ ଫଟୋ, ନାଁ ଏବଂ ପରିଚୟର ବିନା କୌଣସି ଅନୁମତିରେ ଅପ୍ୟବବହାର ଏବଂ କମର୍ଶିଆଲ ବ୍ୟବହାର କରୁଛନ୍ତି ।
ଅଭିଷେକ ଶର୍ମା ଏହି ସମୟରେ ଇଂଲଣ୍ଡରେ ଟି-୨୦ ସିରିଜ ଖେଳୁଛନ୍ତି । ଯେଉଁଠାରେ ସେ ପ୍ରଥମ ଦୁଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ତୃତୀୟ ଟି-୨୦ ମ୍ୟାଚରେ ତାଙ୍କର ବ୍ୟାଟ୍ ଚାଲିପାରିନଥିଲା ଏବଂ ଟିମ୍ ଇଣ୍ଡିଆକୁ ପରାଜୟ ହେବାକୁ ପଡ଼ିଥିଲା । ଯାହାପରେ ଏବେ ଭାରତର ମୁଣ୍ଡ ଉପରେ ସିରିଜ ହରାଇବାର ବିପଦ ମାଡ଼ି ବସିଛି । ଅଭିଷେକ ଶର୍ମାଙ୍କୁ ଏବେ ବ୍ରିଷ୍ଟଲରେ ନିଜ ବ୍ୟାଟର କମାଲ୍ ଦେଖାଇବାକୁ ହେବ । କାରଣ ଯଦି ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ନ ଜିତେ ତେବେ ଏହି ସିରିଜ ବି ତା’ ହାତରୁ ବାହାରିଯିବ । ଟିମ୍ ଇଣ୍ଡିଆ ଏହା ପୂର୍ବରୁ ଆୟରଲାଣ୍ଡ ବିପକ୍ଷରେ ବି ଟି-୨୦ ସିରିଜ ହରାଇ ସାରିଛି ।