ପ୍ରମୂଖ ଖବର
  • ଭୁବନେଶ୍ୱର : ସହି ପାରିଲେନି ଘର ମାଲିକଙ୍କ ନିର୍ଯାତନା, ଟ୍ରେନ୍‌ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ
  • ||
  • ମୟୂରଭଞ୍ଜ : ସୋନ ଡ୍ୟାମ୍‌ରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ପୁରୀରେ କାଳବୈଶାଖୀ ପ୍ରଭାବ: ଭୁଶୁଡ଼ି ପଡ଼ିଲା କମାରଶାଳ
  • ||
  • ପ୍ରକାଶ ପାଇଲା ICSE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳାଫଳ, ଜାଣନ୍ତୁ କେମିତି ଚେକ୍‌ କରିବେ ରେଜଲ୍ଟ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

CBI-EDରେ ଦୁର୍ନୀତି ମାମଲା, ୩ ଅଧିକାରୀଙ୍କୁ ହେପାଜତରେ ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Published By : Ankita S | April 30, 2025 11:39 AM

ନୂଆଦିଲ୍ଲୀ,୩୦/ ୦୪: ଦେଶରେ ସିବିଆଇ ଓ ଇଡ଼ି ପରି ଶୀର୍ଷ ତଦନ୍ତକାରୀ ସଂସ୍ଥାରେ ହେଉଥିବା ଦୁର୍ନୀତି ଉପରେ ଟିପ୍ପଣୀ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । କେନ୍ଦ୍ରୀୟ ଏଜେନ୍ସିରେ ଭ୍ରଷ୍ଟାଚାର ହେଉଥିବା ମାମଲା ସାମ୍ନାକୁ ଆସିଥିଲା । ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସିବିଆଇର ୩ ଅଧିକାରୀଙ୍କୁ ହେପାଜରେ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ ନିନା ବଂଶଲ କ୍ରିଷ୍ଣା କହିଛନ୍ତି, ସିବିଆଇ-ଇଡି଼ ସମେତ ଅନ୍ୟ ଏଜେନ୍ସିଂରେ ଦୁର୍ନୀତି ହେବା ଅନନ୍ୟ । ଯାହା ଆମର କାର୍ଯ୍ୟପାଳିକା ଏବଂ ତଦନ୍ତକୁ ଦୋହଲାଇ ଦେଇଛି । ଯାହାର ପ୍ରାଥମିକ ଦାୟିତ୍ୱ ଅପରାଧଙ୍କ ଦତନ୍ତ କରିବା ଏବଂ ଅପରାଧିତଙ୍କୁ ସଜ୍ଜା ଦେବା । ହେଲେ ସେମାନେ ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି । ଅଭିଯୋଗରୁ ଜଣାପଡିଛି କି ସରକାରୀ ଅଧିକାରୀଙ୍କ ଦ୍ୱାରା ଭ୍ରଷ୍ଟାଚାର ଏହା ଗୋଟିଏ ମାମଲା ନୁହେଁ, ବରଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ମଧ୍ୟରେ ଏହା ଏକ ବଡ଼ ଷଡଯନ୍ତ୍ରଙ୍କୁ ଦର୍ଶାଉଛି ।''

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ହାଇକୋର୍ଟ କହିଛନ୍ତି, ବର୍ତ୍ତମାନ ମାମଲାରେ ବଡ଼ ଷଡଯନ୍ତ୍ର ହୋଇଥିବା ଜଣାପଡିଛି । ତଦନ୍ତର ପ୍ରାରମ୍ଭକ ଚରଣରେ ହେପାଜତରେ ନେଇ ପଚରାଉଚରା କରିବାକୁ ସେମାନେ ମନା କରିପାରିବେ ନାହିଁ । ଷଡଯନ୍ତ୍ର ହୋଇଥିବା ଗମ୍ଭୀରତା ଓ ପରିଣାମକୁ ଦେଖି ୩ ଅଧିକାରୀଙ୍କୁ ଦୁଇଦିନିଆ ପୋଲିସ ରିମାଣ୍ଡରେ ନିଆଯାଇଛି । ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

ଅଧିକାରୀଙ୍କୁ ହେପାଜତରେ ନେବାକୁ ଯେଉଁ ଯାଚିକା ଆଧାରରେ ନିର୍ଦ୍ଦେଶ ଆସିଛି ସେଥିରେ ୩ ଅଧିକାରୀଙ୍କୁ ରିମାଣ୍ଡରେ ନେବାକୁ ମନା କରିବା ପରେ ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ଯାଚିକା ଦାୟର ହୋଇଥିଲା । ଅଭିଯୋଗକାରୀ ଅଭିଯୋଗ କରିଥିଲେ କି ସିବିଆଇ ଅଧିକାରୀଙ୍କ ସହ ଜଡ଼ିତ ଦୁଇ ମାମଲାର ସମାଧାନ କରିବାକୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ମଗାଯାଇଥିଲା । ଯାହାକୁ କମାଇ ୩୫ ଲକ୍ଷ ଟଙ୍କା କରାଯାଇଥିଲା ।

ଅଭିଯୋଗକାରୀ ଆହୁରି ଦାବି କରିଛନ୍ତି କି, ଅର୍ଥମନ୍ତ୍ରଣାଳୟର ଅନ୍ୟ ଜଣେ ଅଧିକାରୀ ଆଉ ଏକ ମାମଲାରେ ଇଡି ଅଧିକାରୀ ପ୍ରଭାବିତ କରିବାକୁ ୫୦ ହଜାର ଲାଞ୍ଚ ମାଗିଥିଲେ । ସିବିଆଇର ଜଣେ ଅଧିକାରୀ ଅନ୍ୟ ଜଣେ ଅଧିକାରୀଙ୍କ ନାମ ୩  ଲକ୍ଷ ୫୦ ହଜାର ଟଙ୍କା ମାଗୁଥିବା ନେଇ ଧରା ପଡିଥିଲେ । ଏପ୍ରିଲ ୧୦ରେ ଟ୍ରାଏଲ କୋର୍ଟ ଅଭିଯୁକ୍ତଙ୍କୁ ହେପାଜତରେ ପଠାଇଛନ୍ତି । ମାମଲା ସିବିଆଇର ବରିଷ୍ଠ ଅଧିକାରୀଙ୍କ ସହ ଜଡିତ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.