ନୂଆଦିଲ୍ଲୀ,୨୩/୧୦: ରାଜଧାନୀ ଦିଲ୍ଲୀରେ ୪ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରଙ୍କୁ ପୁଲିସର ଏନ୍କାଉଣ୍ଟର । ବାହାଦୂର ଶାହ ମାର୍ଗରେ ପୁଲିସ ଉପରକୁ ଫାୟାରିଂ ବେଳେ ବିହାରର ୪ ଅପରାଧୀ ନିପାତଙ୍କୁ ଏନ୍କାଉଣ୍ଟର। ତେବେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଏବଂ ବିହାର ପୁଲିସର ଚାଲିଥିଲା ଅପରେସନ୍ । ଦୀର୍ଘଦିନ ଧରି ପୁଲିସ ଟାର୍ଗେଟ୍ରେ ଥିଲେ ୪ ଅପରାଧୀ । ‘ସିଗ୍ମା ଆଣ୍ଡ୍ କମ୍ପାନୀ’ ନାଁରେ ଜଣାଶୁଣା କୁଖ୍ୟାତ ଗ୍ୟାଙ୍ଗ୍ ଥିଲେ ଏମାନେ ।
ସୂଚନା ମୁତାବକ, ଆଗାମୀ ବିହାର ନିର୍ବାଚନରେ ଏହି ଗ୍ୟାଙ୍ଗ୍ ବିସ୍ଫୋରଣ ଯୋଜନା କରୁଥିବା ନେଇ ପୁଲିସ ସୂଚନା ପାଇଥିବା ବେଳେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ବୁଧବାର-ଗୁରୁବାର ରାତି ପ୍ରାୟ ୨ଟା ୨୦ରେ ଏହି ଏନକାଉଣ୍ଟର ହୋଇଥିଲା । ଏହି ଏନକାଉଣ୍ଟରରେ ବିହାରର ଚାରି ଜଣ ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ନିହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଗ୍ୟାଙ୍ଗ ଲିଡର ରଞ୍ଜନ ପାଠକ ମଧ୍ୟ ନିହତ ହୋଇଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେମାନେ ପ୍ରଥମେ ପୁଲିସ ଉପରକୁ ଗୁଳି ଚଳାଇଥିଲେ । କିନ୍ତୁ ପୁଲିସର ପାଲଟା ଗୁଳି ଚାଳନାରେ ୪ ଅପରାଧିଙ୍କର ମୃତ୍ୟୁ ହୋଇଥିଲା ।
ତେବେ ଏନକାଉଣ୍ଟରରେ ନିହତ ୪ ଅପରାଧୀ ହେଉଛନ୍ତି ରଞ୍ଜନ ପାଠକ, ବିମାଲେଶ ମହୋତ, ମନୀଷ ପାଠକ, ଅମନ ଠାକୁର। ଏହି ଚାରି ଜଣ ଅଭିଯୁକ୍ତଙ୍କ ନାଁରେ ବିହାରରେ ଅଭିଯୋଗ ରହିଛି । ଏହି ଗ୍ୟାଙ୍ଗ ‘ସିଗ୍ମା ଆଣ୍ଡ କମ୍ପାନୀ’ ନାମରେ କୁଖ୍ୟାତ ଥିଲା ଏବଂ ଏହାର ନେତା ଥିଲେ ରଞ୍ଜନ ପାଠକ। ଅନେକ ଦିନ ଧରି ଏମାନେ ଫେରାର ଥିଲେ । ତେବେ ଅମନ ଠାକୁରଙ୍କୁ ଛାଡିଦେଲେ, ତିନି ଜଣ ଗ୍ୟାଙ୍ଗଷ୍ଟର ବିହାରର ସୀତାମାଢ଼ିର ଥିଲେ । କିନ୍ତୁ ଅମନ ଠାକୁର ଦିଲ୍ଲୀର କରାୱାଲ ନଗରର ଥିଲେ। ଏହି ଚାରି ଜଣ ବିହାର ନିର୍ବାଚନ ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ର କରିବାକୁ ଯୋଜନା କରୁଥିଲେ ।