ପିଓକେ ଲୋକଙ୍କ ଆକ୍ରମଣରେ ଅଭିନନ୍ଦନଙ୍କ ପଞ୍ଜରା ହାଡରେ ଆଘାତ ଲାଗିଛି: ମେଡିକାଲ ରିପୋର୍ଟ

ନୂଆଦିଲ୍ଲୀ,୩।୩: ପାକିସ୍ତାନରେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଆଘାତ ଲାଗିଛି। ପାକ୍ ଅଧିକୃତ କଶ୍ମୀର ଲୋକମାନେ ତାଙ୍କୁ ଆକ୍ରମଣ କରି ପଞ୍ଜରା ହାଡକୁ ଆଘାତ ଦେଇଛନ୍ତି। ଏବେ ଦିଲ୍ଲୀର ଛାବନୀରେ ଅଭିନନ୍ଦନଙ୍କ ଅନୁସନ୍ଧାନ ଏବଂ ରେଫରାଲ ହସ୍ପିଟାଲରେ ତଦନ୍ତ ଓ ଚିକିତ୍ସା ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ ଏମଆରଆଇ ସ୍କାନରେ ଖରାପ ରିପୋର୍ଟ ଆସିନଥିଲେ ମଧ୍ୟ ପଞ୍ଜରା ହାଡର ତଳ ଭାବରେ ଆଘାତ ଲାଗିଥିବା କଥା ମେଡିକାଲ ରିପୋର୍ଟରୁ ଜଣାପଡିଛି।
କୁହାଯାଉଛି ଯେ, ଏହି ଆଘାତ ତାଙ୍କୁ ମିଗ୍-୨୧ କ୍ରାଶ ହେବାପରେ ସେ ପାରାଶୁଟ୍ ଯୋଗେ ତଳକୁ ଓହ୍ଲାଇବା ବେଳେ ପିଓକେରେ ଲାଗିଥିଲା।ତଳକୁ ଓହ୍ଲାଇବା ପରେ ପିଓକେର ଲୋକ ତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଏବେ ହସ୍ପିଟାଲରେ ତାଙ୍କର ଆଉ କିଛି ଚିକିତ୍ସା ହେବାର ବାକି ରହିଛି।