PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଗୋଟିଏ ବିମାନରେ ମା-ଝିଅ ପାଇଲଟ, ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଲସ୍ ଆଞ୍ଜେଲସ୍,୨୪।୩: ଆମେରିକାର ଲସ୍ ଆଞ୍ଜେଲସ୍ ସ୍ଥିତ ଅନ୍ତଃର୍ଜାତୀୟ ବିମାନ ବନ୍ଦରରୁ ଏକ ଡେଲଟା ଫ୍ଲାଇଟର ଯାତ୍ରୀ ଯେତେବେଳେ ଜାଣିବାକୁ ପାଇଥିଲେ ସେମାନେ ଯେଉଁ ବିମାନରେ ଯାତ୍ରା କରୁଛନ୍ତି ତା’ର ପାଇଲଟ୍ ହେଉଛନ୍ତି ଗୋଟିଏ ପରିବାରର, ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସବୁଠାରୁ ବଡ କଥା ହେଉଛି ଏହି ପାଇଲଟ୍ ଦୁଇ ଜଣ ସମ୍ପର୍କରେ ଥିଲେ ମା-ଝିଅ। ଏହି ବିମାନ ଲସ୍ ଆଞ୍ଜେଲସ୍ରୁ ଆଟଲାଣ୍ଟା ଅଭିମୁଖେ ଯାତ୍ରା କରିଥିଲା।

source:https://www.foxnews.com/

ଆଟଲାଣ୍ଟା-ବାଉଣ୍ଡ ଡେଲଟା ବୋଇଙ୍ଗ-୭୫୭ ବିମାନର ପାଇଲଟ ସିଟରେ ବସିଥିବା ମା-ଝିଅଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖବ୍ ଭାଇରାଲ ହେଉୁଛି।ବିମାନରେ ମା’ କ୍ୟାପେଟ୍ ଥିବା ବେଳେ ତାଙ୍କର ନାଁ ହେଉଛି ଓ୍ବଣ୍ଡି ରେକ୍ସନ, ସେଭଳି ତାଙ୍କ ଝିଅ ଫାଷ୍ଟ ଅଫିସର ପଦରେ ଅଛନ୍ତି। ଏହି ଅବସରରେ ଡେଲ୍ଟା ଫ୍ଲାଇଟ ନିଜର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ମା-ଝିଅଙ୍କ ଫଟୋ ଟ୍ବିଟ କରିବା ସହ ଲେଖିଛି ‘ ଫ୍ୟାମିଲି ଫ୍ଲାଇଟ୍ କ୍ରୁ ଗୋଲସ୍’।

ମା-ଝିଅ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଏମ୍ବ୍ରି-ରିଡଲ ଓ୍ବାର୍ଲ୍ଡଓ୍ବାଇଡର ଚାନସେଲର ଜନ୍ ଆର ଓ୍ବେଟ୍ ଦ୍ବାରା ନିଆଯାଇଛି। ଏହାପରେ ସେ ଏହି ଫଟୋକୁ ନିଜର ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

source: https://aajtak.intoday.in/

ଜାରି ପ୍ରେସ୍ ରିଲିଜ ଅନୁସାରେ ବିମାନରେ ଜନ୍ ଆର ଓ୍ବେଟ୍ ମଧ୍ୟ ଯାତ୍ରୀ ଥିଲେ। ସେ କକପିଟରୁ ମା-ଝିଅଙ୍କ କଥା ଶୁଣିନେଇଥିଲେ। ଏହାପରେ ସେ ଜାଣିପାରିଥିଲେ ଯେ ବିମାନ ଉଡାଉବାକୁ ଯାଉଥିବା ପାଇଲଟ୍ ଦୁହେଁ ସମ୍ପର୍କରେ ମା-ଝିଅ। ଏହାକୁ ଜାଣିବା ପରେ ସେ ତାଙ୍କୁ ଭେଟିବାକୁ ଇଛା ପ୍ରକାଶ କରିଥିଲେ। ଶେଷରେ ତାଙ୍କୁ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଇଥିଲା