ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପ୍ରୟାଗରାଜ ଯିବା ପାଇଁ କେନ୍ଦୁଝରବାସୀ ହନ୍ତସନ୍ତ, ପ୍ରତ୍ୟେକ ଦିନ କେନ୍ଦୁଝର ଦେଇ ପ୍ରୟାଗରାଜ ଟ୍ରେନ ଚଳାଚଳ ପାଇଁ ଦାବୀ

Published By : Prameya | January 28, 2025 9:50 PM

କେନ୍ଦୁଝର ସଦର, ୨୭/୧(ଆପ୍ର) : ପ୍ରୟାଗ ରାଜରେ ୧୪୪ବର୍ଷ ପରେ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଛି ବିଶ୍ଵର ସର୍ବବୃହତ ଧାର୍ମିକ ମହାକୁମ୍ଭ ମେଳା । ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ଦେଶ ତଥା ବିଶ୍ବର କୋଣ ଅନୁକୋଣରୁ ବାବା ସାଧୁ ଓ ଶ୍ରଦ୍ଧାଳୁଙ୍କ ମହାସମାଗମ ଘଟୁଛି। ମାତ୍ରା ଏଥିରୁ ବଞ୍ଚିତ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଖୋଦ୍ ନିଜସ୍ବ ଜିଲ୍ଲା କେନ୍ଦୁଝରବାସୀ। ଯାତ୍ରୀଙ୍କ ସୁବିଧା   ପାଇଁ   ଭୁବନେଶ୍ବରରୁ-କେନ୍ଦୁଝର - ପ୍ରୟାଗରାଜ ଦେଇ ଟୁଣ୍ଡୁଳା ପର୍ଯ୍ୟନ୍ତ ଏକ ସ୍ପେଶାଲ ଟ୍ରେନ୍ ମାତ୍ର ମାସର କେତେକ ନିର୍ଦ୍ଧିଷ୍ଟ ଦିନରେ ଯାତାୟତ କରୁଛି। ଫଳରେ  କେନ୍ଦୁଝରବାସୀ ଟ୍ରେନ ଟିକେଟ ନପାଇ ମହାକୁମ୍ଭ ମେଳାକୁ ଯାଇ ପାରୁ ନାହାନ୍ତି। 

ଅନୁରୂପ ଭାବେ ଓଡିଶା ରାଜ୍ୟ ପରିବହନ ନିଗମ ଦ୍ଵାରା କେନ୍ଦୁଝରରୁ ପ୍ରୟାଗରାଜ ଦେଇ ଅଯୋଧ୍ୟାକୁ ବସ୍ ଚଳାଚଳ ବ୍ୟବସ୍ଥା ହୋଇଛି।  ଆସନ୍ତା ଫେବୃୟାରୀ ୨୪ତାରିଖ ପର୍ଯ୍ୟନ୍ତ ମାତ୍ର ପାଞ୍ଚ ଥର  ଯିବା ଆସିବା ବ୍ୟବସ୍ଥା ରହିଛି।  ଏଥିରେ ମଧ୍ୟ ଅଗ୍ରୀମ ଭାବେ ବସର ଟିକେଟ ବିକ୍ରି ହୋଇସାରିଛି। ଫଳରେ କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାର ଶ୍ରଦ୍ଧାଳୁ , ସାଧୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବାକୁ ଯିବା ପାଇଁ  ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ସପ୍ତାହକୁ ସାତ ଦିନ କେନ୍ଦୁଝର ଦେଇ ପ୍ରୟାଗରାଜକୁ ରେଳ ଚଳାଚଳ   ଏବଂ ରାଜ୍ୟ ପରିବହନ ନିଗମ ତରଫରୁ ମଧ୍ୟ କେନ୍ଦୁଝରରୁ ପ୍ରୟାଗରାଜକୁ ଦୈନିକ ବସ ଚଳାଚଳ କରିବାକୁ ଯୁବ ଓ ଶ୍ରମ ବିକାଶ ମଞ୍ଚ ସହିତ ସଧାରଣ ଲୋକେ ଦାବୀ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.