PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ବିଭିନ୍ନ ଦାବି ନେଇ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକଙ୍କ ପକ୍ଷରୁ ବିଇଓଙ୍କୁ ଦାବିପତ୍ର

କୋକସରା:୧୯/୧୧  କୋକସରା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ନୂତନ ପେନସନ ଯୋଜନା ଭୁକ୍ତ ମହାସଂଘ ପକ୍ଷରୁ ଶନିବାର ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାର ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି। କୋକସରା ଶିକ୍ଷା ବିଭାଗର ମିଳିତ ଶିକ୍ଷକ ମହାସଂଘ ସମୂହଙ୍କ ପକ୍ଷରୁ ଏକ ଶୋଭାଯାତ୍ରା କଲ୍ୟାଣ ମଣ୍ଡପରୁ ବାହାରି ସ୍ଥାନୀୟ ବିଇଓ କାର୍ଯ୍ୟାଳୟ ରେ ପହଞ୍ଚି ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ବ୍ଲକ  ଶିକ୍ଷକ ସଂଘ ସଭାପତି ଚନ୍ଦ୍ରମୋହନ ପୁଜାରିଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଘ ର ସାଙ୍ଗଠାନିକ ସମ୍ପାଦକ ସତ୍ୟବାନ ପାଣିଗ୍ରାହୀ,  ଜିଲ୍ଲା ସଂଯୋଜକ ସଞ୍ଜୀବ କୁମାର ପାଢ଼ୀ ସମେତ ଅନ୍ୟ କର୍ମକର୍ତ୍ତା ମାନେ ରାଜ୍ୟ ସରକାରଙ୍କ ଶିକ୍ଷକ ସଂଘ ପ୍ରତି ବୈମାତୃକ ମନୋଭାବ ଓ ଅଣଦେଖା କୁ ପ୍ରତିବାଦ କରିବା ସହ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ଓ ୨୦୦୧ ଠାରୁ ଏସ ଏସ ଏସ. ଏସ ଏସ, ଜେଟି ଶିକ୍ଷକ ଙ୍କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ, କେନ୍ଦ୍ରୀୟ ହାର ରେ ଦରମା ପ୍ରଦାନ ଓ ପୁରୁଣା ପେନସନ ଯୋଜନା ପ୍ରଚଳନ  ଦାବି ପ୍ରମୁଖ ରହିଛି। ଯଦି ରାଜ୍ୟ ସରକାର ଦାବି ଉପରେ ପୁନର୍ବିଚାର ନ କରନ୍ତି ତାହେଲେ ସଂଘ ପକ୍ଷରୁ ଆଗକୁ ଭୁବନେଶ୍ୱର ରାଜରାସ୍ତା ରେ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ପରେ କୋକସରା ବିଇଓ ନେମାଲ ବାଗଙ୍କ ଜରିଆରେ ଉପସ୍ଥିତ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,୫ଟି ସଚିବଙ୍କ  ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମକୁ ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ ପରିଚାଳନା କରିଥିବା ବେଳେ ସଂଘ ର ସମ୍ପାଦକ,ବେଣୁଧର ନାଏକ,ଶରତ ଚନ୍ଦ୍ର ପୁଝାରି, ସୁନିଲ କୁମାର ଦାସ, ତ୍ରିନାଥ ନାଗ, ଉଦ୍ଧବ ଧରୁଆ, ଏମ.ଏନ ପଦ୍ମଲୋଚନ ସାହୁ,ବବ୍ରୁ ବାହାନ ବିଶି, ନବୀନ କୁମାର ମାଝୀ, ଉତ୍ତମ କୁମାର ବଳ, ରଞ୍ଜିତ ନାଏକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।