PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ନେଇ ବିକ୍ଷୋଭ

ମାଲକାନଗିରି,୧୮।୩ :ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ଯୁବ ଗ୍ରାମସଭା ସଂସଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି  ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଥିଲେ।  ମାଲକାନଗିରି ଜିଲ୍ଲାରେ ପ୍ରତି ବର୍ଷ ଶହ ଶହ ଛାତ୍ରଛାତ୍ରୀ ନିଜର ଶିକ୍ଷା ସମାପ୍ତ କରିଥାନ୍ତି ଏବଂ ପ୍ରତ୍ୟେକ ବର୍ଷ ଅନେକ ଚାକିରି ମଧ୍ୟ ବାହାରିଥାଏ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ , ଜିଲ୍ଲାରେ ଚାକିରି ବାହାରୁଥିବା ସତ୍ତ୍ବେ ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀ ମାନେ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଉଛନ୍ତି । କିନ୍ତୁ  ଜିଲ୍ଲାର ସ୍ଥାନୀୟ ଛାତ୍ରଛାତ୍ରୀ ମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାଫଳରେ ଜିଲ୍ଲାରେ ବେକାର ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଚାକିରି ନ ମିଳିବାରୁ ବହୁ ଛାତ୍ରଛାତ୍ରୀ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାପାଇଁ ବାଧ୍ୟ ହେଉଛନ୍ତି । ତତ୍ ସହ ଅନେକ ଶିକ୍ଷିତ ଯୁବ ସମାଜ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବାକୁ ବାଧ୍ୟ ହେଉଛନ୍ତି ।

ମାଲକାନଗିରି ନିୟୋଜନ କାର୍ଯ୍ୟାଳୟର ତଥ୍ୟ ଅନୁଯାୟୀ ୧୧ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଯୁକ୍ତି ପଞ୍ଜିକରଣ କରିଥିବା ବେଳେ ପ୍ରକୃତ ପକ୍ଷେ ଜିଲ୍ଲାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନିଯୁକ୍ତି ପଞ୍ଜିକରଣ କରିଥିବା ଦେଖିବାକୁ ମିଳିଛି । ଅନ୍ୟଜିଲ୍ଲାର ଛାତ୍ରଛାତ୍ରୀ ମାନେ ମାଲକାନଗିରି ଜିଲ୍ଲାରେ ନିଯୁକ୍ତି ପାଉଥିବାରୁ ମାଲକାନଗିରି ଜିଲ୍ଲାରେ ବେକାର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏ ସମ୍ବନ୍ଧରେ ପ୍ରଶାସନ ତରଫରୁ ମଧ୍ୟ କୌଣସି ଯାଞ୍ଚ କିମ୍ବା ତଦନ୍ତ କରା ଯାଉ ନଥିବାରୁ ଏପରି ସମସ୍ୟା ଉପୁଜିବାରେ ଲାଗିଛି ଉପରଲିଖିତ ବିଷୟ ପ୍ରତି ଗୁରୁତର ସହ ଗ୍ରହଣ କରି ଜିଲ୍ଲା ଭିତ୍ତିକ ନିଯୁକ୍ତି ନିମନ୍ତେ ଉଚିତ ପଦକ୍ଷେପ ଗ୍ରହଣ କରାଯାଉ । ଏହି ସମସ୍ୟାର ସମାଧାନ ତୁରନ୍ତ କରା ନ ଗଲେ ଆସନ୍ତା ମାସ ୪ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଜିଲ୍ଲାବାସୀ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଯୁବ ଗ୍ରାମ ସଭା ସଂସଦ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଏକ ଲିଖିତ ଦରଖାସ୍ତ ଦେଇଥିଲେ। ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ମଧ୍ୟ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ଵିକ୍ଷୋଭ ଓ ଧାରଣାରେ ଯୁବ ଗ୍ରାମସଭା ସଂସଦର ଦଶରଥ ପଡିଆମି, ରବୀନ୍ଦ୍ରନାଥ ମାଡ଼ି, ସୋନୁ ଅନୁଗୁ, ସୋମେଶ ବାଘ, ସଞ୍ଜୟ ମାଡ଼କାମି, ସରସ୍ୱତୀ ନାୟକ, ସସ୍ମିତା ପଡ଼ିଆମୀ, ମୁକା ମାଡ଼ି , ମାଧବ ପଡ଼ିଆମୀ, ଇର୍ମା ମାଡ଼ି, ଇନ୍ଦ୍ରଜିତ ମାଡକାମୀ, ଦେବା ସୋଡି, ଟୁନା ମାଡକାମୀ, ଦଶରଥ ମାଡକାମୀ, ରାମ ମୂର୍ତି ମାଡକାମୀ, କେ ଦେଶୀ ରାଜା ଆଚାରି, ସୁକାନ୍ତି ମାଡକାମୀ, ରାଜା କର୍ତାମି, ଅଜୟ ମାଡକାମୀ ପ୍ରମୁଖ ଶତାଧିକ ସ୍ଥାନୀୟ ଯୁବଗୋଷ୍ଠୀ ବିକ୍ଷୋଭରେ ଉପସ୍ଥିତ ଥିଲେ।