ସାହାଜପାଲ, ୧୧।୧୨ : ବୌଦ୍ଧ ସଦର ବ୍ଲକ ବୌଦ୍ଧ ସୋନପୁର ୫୭ ନଂ  ଜାତୀୟ ରାଜପଥର ସାହାଜପାଲ ଛକ ଠାରୁ ମୁଣ୍ଡିପଦର ଗ୍ରାମ ପଂଚାୟତ ହନୁମାନ ମଠ ଓ କୁଲତାଖଲି ପର୍ଯ୍ୟନ୍ତ ଇରିଗେସନ କେନାଲ ହୁଡା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ଏହି ରାସ୍ତାର ସ୍ଥାନେ ସ୍ଥାନେ ଖାଲଖମାରେ ପରିଣତ ହେବା ସହ ମେଟାଲ ଗୁଡିକ ଉଠି ଯାଇଥିବା ଦେଖିବାକୁ ମିଳୁଛି। ଏହି ରାସ୍ତାରେ ଯାତାୟତ କରୁଥିବା ଜନସାଧାରଣ ସାଇକେଲ ମଟର ସାଇକେଲ ଆରୋହୀ ଯାତାୟତ ବେଳେ ଦୁର୍ଘଟଣାରେ ସ୍ୱୀକାର ହେଉଛନ୍ତି।

ଏହି ରାସ୍ତାରେ ବର୍ଷା ଦିନେ କାଦୁଅ ସୃଷ୍ଟି ହେଉଥିବାରୁ ମୁଣ୍ଡାପଡା, କୁଲତାଖଲି, ହରିପୁର, ଜାନକୀପୁର, ପୀଙ୍ଗଲାବେଡା, ଜଡ଼ାପାଳ, କଲାପଥର, ମୁଣ୍ଡିପଦର, ତରଭା, ପାଟଲୀପଡା, ସାହାଜପାଲ, ଆଦି ଗ୍ରାମର ଲୋକେ ଏ ରାସ୍ତାରେ ଜାତାୟତ କରନ୍ତି। ଏ ରାସ୍ତା ଶୋଚନୀୟ ହୋଇପଡିଥିବାରୁ ଜନସାଧାରଣ ମୁଣ୍ଡିପଦର ଓ ତେଲିବନ୍ଧ ଛକ ଦେଇ ଯାତୟାତ କରିଥାନ୍ତି।