PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ଅଯୋଗ୍ୟ ହିତାଧୀକାରୀଙ୍କୁ ବାଦ୍‌ ଦେବାକୁ ଦାବି – ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଘେରାଉ ଚେତାବନୀ  

ଭୋଗରାଇ – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ହୋଇଥିବା ବ୍ୟାପକ ଅନିୟମିତତା ବିରୋଧରେ ସ୍ୱର‌ ଉତ୍ତୋଳନ କରିଛି ଭୋଗରାଇ ବିଜେପି। ସାମ୍ଭାବ୍ୟ ହିତାଧିକାରୀ ତାଲିକାରୁ ଅଯୋଗ୍ୟ ମାନଙ୍କୁ ବାଦ ଦେବା ସହିତ ଯୋଗ୍ୟ ମାନଙ୍କୁ ନେଇ ସଠିକ ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରି ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଭୋଗରାଇ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ଯୋଗ୍ୟ ହିତାଧିକାରୀ ବାଦ ପଡିଲେ ଆସନ୍ତା ସପ୍ତାହରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଭୋଗରାଇ ବିଜେପି ପକ୍ଷରୁ କୁହାଯାଇଛି ଯେ, ୨୦୧୮-୧୯ ରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଧାନମନ୍ତ୍ରୀ ଆବାସ (ଗ୍ରାମୀଣ) ହିତାଧିକାରୀ ତାଲିକାରେ ଅନେକ ଅଯୋଗ୍ୟ ହିତାଧୀକାରୀଙ୍କୁ ନାମ ରହିଥିଲା ବେଳେ ବିଜେପି ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଥିଲା। ଏହି ତାଲିକାକୁ ସଂଶୋଧନ କରିବା ପାଇଁ ବିଗତ ୩ ବର୍ଷ ହେଲା ବିଜେପି କ୍ରମାଗତ ଭାବେ ଆନ୍ଦୋଳନ ଚଳାଇ ଆସିଥିଲା। ରାଜ୍ୟ ସରକାର ୨୭ ଲକ୍ଷ ଘର ମାଗିଥିଲା ବେଳେ ପର୍ଯ୍ୟାୟକ୍ରମେ ସେଥିରୁ ୧୮ ଲକ୍ଷ ଏବଂ ଏବେ ୯ ଲକ୍ଷ ୫୮ ହଜାର ଘର ଯୋଗାଇ ଦେଇଛନ୍ତି। ଯାହାକି ରାଜ୍ୟ ସରକାରଙ୍କ ଦାବି ଅପେକ୍ଷା ଅଧିକ ରହିଛି। ଏବେ ସାମ୍ଭାବ୍ୟ ତାଲିକାରେ ସମଗ୍ର ରାଜ୍ୟରେ ୩ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବାରୁ ଯୋଗ୍ୟ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି।

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ମଧ୍ୟ ସମାନ ଅବସ୍ଥା ଦେଖାଦେଇଛି। ଏଭଳି ସମୟରେ ଅଯୋଗ୍ୟ ମାନଙ୍କୁ ବାଦ ଦେବା କ୍ଷେତ୍ରରେ ରାଜ୍ୟ ସରକାର ନିଜ ଦାୟିତ୍ୱକୁ ସାଧାରଣ ଲୋକଙ୍କ ଉପରେ ଛାଡ଼ିଦେଇ ଧନୀ, ପ୍ରତିପତ୍ତିଶାଳୀ ଅଯୋଗ୍ୟ ମାନଙ୍କ ଆକ୍ରୋଶର ଶିକାର ହେବା ଭଳି ପରିସ୍ଥିତି ସୃଷ୍ଟି କରାଇଛନ୍ତି। ଏହାକୁ ନେଇ ଗାଁ ଗାଁରେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହୋଇଛି।

ଏଣୁ ରାଜ୍ୟ ସରକାର ନିଜେ ଦାୟିତ୍ଵ ନେଇ ନିରପେକ୍ଷ ଭାବେ ସର୍ଭେ କରିବା ସହିତ ଅଯୋଗ୍ୟଙ୍କୁ ବାଦ ଦେଇ ଯୋଗ୍ୟ ହିତାଧିକାରୀଙ୍କୁ ନେଇ ସଠିକ ତାଲିକା ପ୍ରସ୍ତୁତ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି। ସାଂସଦ ପ୍ରତିନିଧି ଅଂଶୁମାନ ମହାନ୍ତିଙ୍କ ନେତୃତ୍ବରେ ଦିଲ୍ଲିପ କାମିଳା, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ପରମାନନ୍ଦ ପରିଡ଼ା, ବୈଦ୍ୟନାଥ ଭଞ୍ଜ, ସୁଦୀପ୍ତ କିଶୋର ଆଚାର୍ଯ୍ୟ, ସତ୍ୟନାରାୟଣ ସାମଲ, ରବୀନ୍ଦ୍ର କାମିଳା, ଗୋପାଳ ଚନ୍ଦ୍ର ପଣ୍ଡା, କ୍ୟାପଟେନ ଅଶୋକ କୁମାର ଦାସ, ବନମାଳୀ ଦାସ, ରବୀନ୍ଦ୍ର କୁମାର ରାଉତଙ୍କ ସମେତ ବହୁ ବିଜେପି କର୍ମୀ ବିଡ଼ିଓ ଶଙ୍କର ପଟ୍ଟନାୟକଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ। 

ଏହାପରେ ଯଦି ଜଣେ ବି ଅଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଁ କାର୍ଯ୍ୟାଦେଶ ପ୍ରାପ୍ତ ହୁଅନ୍ତି ଏବଂ ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ ପଡ଼ନ୍ତି, ତେବେ ଆସନ୍ତା ସପ୍ତାହରୁ ଘର ପାଇବାରୁ ବଞ୍ଚିତ ଲୋକମାନଙ୍କୁ ନେଇ ବିଜେପି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଏହି ସ୍ମାରକପତ୍ର ମାଧ୍ୟମରେ ଚେତାବନୀ ଦେଇଛନ୍ତି।