PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଡିମାଟ୍‌ ଆକାଉଣ୍ଟ୍‌ ସଂଖ୍ୟା ୧୦.୪ କୋଟିକୁ ବୃଦ୍ଧି, ବର୍ଷକରେ ୪୧% ବଢ଼ିଛି

ନୂଆଦିଲ୍ଲୀ,୨୧/୧୧: ଘରୋଇ ସେୟାର ବଜାରରେ ନିବେଶ କରୁଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟାରେ ଦ୍ରୁତ ଭାବେ ବୃଦ୍ଧି ପାଇଛି । ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଦେଶ ମଧ୍ୟରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟା ବୃଦ୍ଧି ହୋଇ ୧୦.୪ କୋଟି ଛୁଇଁଛି । ଗତ ବର୍ଷ ଅକ୍ଟୋବରରେ ଏହି ଆକାଉଣ୍ଟ ସଂଖ୍ୟା ୭.୪ କୋଟି ସ୍ତରରେ ଥିଲା । ଏହାକୁ ଦେଖିଲେ ଏକ୍ଷେତ୍ରରେ ଗତ ଗୋଟିଏ ବର୍ଷରେ ୪୧% ବୃଦ୍ଧି ପରିଲକ୍ଷିତ ହୋଇଛି ।

ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସର୍ଭିସେସର ଏକ ରିପୋର୍ଟ ମୁତାବକ, ଅଗଷ୍ଟ ମାସ ପରଠାରୁ ଡିମାଟ୍‌ ଆକାଉଣ୍ଟ ଖୋଲିବା ହାରରେ ମନ୍ଥରତା ଆସିଛି । ଅଗଷ୍ଟରେ ୨୬ ଲକ୍ଷ ନୂଆ ଆକାଉଣ୍ଟ ଯୋଡାଯାଇଥିଲା । ଏହା ସେପ୍ଟେମ୍ବର ମାସରେ ୨୦ ଲକ୍ଷ ଏବଂ ଅକ୍ଟୋବର ମାସରେ ୧୮ ଲକ୍ଷକୁ ହ୍ରାସ ହୋଇଛି ।

ଏସିଆର ପ୍ରଥମ ଏବଂ ଏକମାତ୍ର ସୂଚୀଭୁକ୍ତ ଡିପୋଜିଟୋରୀ ସିଡିଏସ୍‌ଏଲ୍‌ ସୂଚନା ମୁତାବକ, ଆର୍ଥିକ ବର୍ଷ ୨୦୨୨-୨୩ ଜୁଲାଇ-ସେପ୍ଟମ୍ବର ତ୍ରୈମାସରେ ୪୮ ଲକ୍ଷରୁ ଉଦ୍ଧ୍ୱର୍ ଡିମାଟ ଆକାଉଣ୍ଟ ଖୋଲଯାଇଛି । ଆନନ୍ଦ ରାଠି ଶେୟାର୍ସ ଆଣ୍ଡ୍‌ ଷ୍ଟକ ବ୍ରୋକର୍ସର ସିଇଓ ରୁପ ଭୂତରା କହିଛନ୍ତି, ବିଶ୍ୱ ବଜାରର ଅସ୍ଥିରତା କାରଣରୁ ପୁଞ୍ଜି ବଜାରର ପ୍ରଦର୍ଶନ ପ୍ରଭାବିତ ହୋଇଛି । ଫଳରେ ଡିମାଟ୍‌ ଆକାଉଣ୍ଟ ସଂଖ୍ୟାରେ ହ୍ରାସ ହୋଇଛି ।

ମୋତିଲାଲ ଓସୱାଲ ଫାଇନାନ୍ସିଆଲ ସିନିୟର ଗ୍ରୁପ ଭାଇସ ପ୍ରେସିଡେଣ୍ଟ ନିତିନ ଅଗ୍ରୱାଲ କହିଛନ୍ତି, ରୁଷ ୟୁକ୍ରେନ ଯୁଦ୍ଧ ବଜାରରେ ଅସ୍ଥିରତା ବଢ଼ାଇଛି । ଫଳରେ ଅକ୍ଟୋବର ରେ ଆକାଉଣ୍ଟ ସଂଖ୍ୟାରେ ହ୍ରାସ ହୋଇଛି । ସେହିଭଳି ପାର୍ବଣରେ ଶ୍ରମ ଦିବସ କମିବା ମଧ୍ୟ ଏକ କାରଣ ।