PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ଟ୍ରେଣ୍ଡରେ ଡେନିମ୍‌

ଡେନିମ୍‌ ଟ୍ରେଣ୍ଡ କେବେ ପୁରୁଣା ହୁଏନାହିଁ, ବରଂ ଏଥିରେ ନୂଆ ନୂଆ ଏକ୍ସପେରିମେଣ୍ଟ ଚାଲୁଥାଏ । ଏ ସିଜନ୍‌ରେ ବି ଡେନିମ୍‌ ଜ୍ୟାକେଟ୍‌ର ବେଶ ଚାହିଦା ରହିଛି । ଏହାର ବିଭିନ୍ନ ପ୍ୟାଟର୍ନ, ପ୍ରିଣ୍ଟ ଓ କଟ୍‌ ଆସିଛି । ଲିଲି ପ୍ରିଣ୍ଟ, ଫର୍‌ କଲର୍‌ ସହିତ ଟପ୍‌ ଷ୍ଟିଚ୍‌ଡ ଜ୍ୟାଜେଟ୍‌ ଏବେ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ହୋଇଛି । ଡେନିମ୍‌ରେ ଲିଲି ପ୍ରିଣ୍ଟ ଯେକୌଣସି ଜ୍ୟାକେଟ୍‌କୁ ଟ୍ରେଣ୍ଡି ଲୁକ୍‌ ଦିଏ । ବ୍ଲାକ୍‌ ଲୁକ୍‌ ସହିତ ଏହା ବେଶ ଭଲ ଦିଶିବ । ଫର୍‌ କଲର୍‌ ଷ୍ଟାଇଲ୍‌ରେ ଫକ୍ସରେ ମେଟାଲିକ୍‌ ଜିପର୍‌ ଏବଂ ସ୍ଲିଭ୍‌ର ପଛ ପ୍ୟାନେଲ୍‌ରେ ବିଭିନ୍ନ ଫିଚର୍‌ ଥାଏ । କଲେଜର ବିଭିନ୍ନ କାର୍ଯ୍ୟକ୍ରମ, ମ୍ୟୁଜିକ୍‌ ପ୍ରୋଗ୍ରାମ୍‌ ଆଦି ପାଇଁ ଏହି ଜ୍ୟାକେଟ୍‌ ଭଲ ଚଏସ୍‌ ହେବ । ସେହିପରି ସଲିଡ୍‌ ଡେନିମ୍‌ ଜ୍ୟାକେଟ୍‌କୁ ଡ୍ରେସ୍‌, ଟି-ସାର୍ଟ, ଜିନ୍ସ ସହିତ ମ୍ୟାଚ୍‌ କରି ପିନ୍ଧିପାରିବେ । ଲମ୍ବା ଜ୍ୟାକେଟ୍‌ଗୁଡ଼ିକ ସବୁ ସାଇଜ୍‌ର ମହିଳାଙ୍କୁ ସୁଟ୍‌ କରବି । କ୍ରପ୍‌ଡ ବ୍ଲାକ୍‌ କମ୍ବିା ବ୍ଲୁ ଡେନମି୍‌ ଜ୍ୟାକେଟ୍‌ରେ ଯଦି ଟପ୍‌ ଷ୍ଟିଚ୍‌ ହେବ, ତେବେ ବହୁତ ସୁନ୍ଦର ଦିଶିବ । ଏହା ବ୍ରାଇଟ୍‌ ଓ ରଙ୍ଗୀନ ଫ୍ଲାୱାର୍‌ ପ୍ରିଣ୍ଟ କିମ୍ବା ଷ୍ଟ୍ରାଇପ୍‌ ସହିତ ପିନ୍ଧାଯାଇପାରେ ।